କନ୍ଧମାଳ ସନ୍ତାନ

Breaking News

ଘୁ.ଉଦୟଗିରି ଏନଏସି ଦ୍ୱାରା ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ, ୫୦ ୟୁନିଟ ରକ୍ତ ସଂଗ୍ରହ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ.ଉଦୟଗିରି ଏନଏସି ଟାଉନହଲ ଠାରେ ଆଜି ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ସମାଜରେ ରକ୍ତ ହୀନତାରୁ ମୃତ୍ୟୁ ବରଣ କରୁଥିବା ଲୋକଙ୍କୁ ଏକ ନୂତନ ଜୀବନଦାନ ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଏହା ଏକ ପ୍ରୟାଶ I ଏହି ଶିବରରେ ସମସ୍ତ କାଉନସିଲର ଅଞ୍ଚଳର ବହୁ ବୁଦ୍ଧିଜୀବୀ, ମହାବିଦ୍ୟାଳୟଛାତ୍ର, ଛାତ୍ରୀ, ସାମ୍ବାଦିକ, ସ୍ବେଛାସେବୀ ଯୋଗ ଦେଇ ସ୍ବେଛାକୃତ ଭାବେ ରକ୍ତ ଦାନ କରିଥିଲେ I ଏହି ରକ୍ତଦାନ ଶିବିରରେ ସର୍ବମୋଟ ୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ସୂଚନା ଦେଇଛନ୍ତି ମୁକ୍ତା ସଂଯୋଜକ ପ୍ରଭାତ ରଞ୍ଜନ ସାହୁ I ଏହି ରକ୍ତଦାନ ଶିବିରକୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ ପରିଚାଳନା କରିଥିବା ବେଳେ ବରିଷ୍ଠ କିରାଣୀ ସତ୍ୟପ୍ରକାଶ ମହାପାତ୍ର, କିରାଣୀ ପ୍ରଦୀପ ସତପଥୀ ପ୍ରମୁଖ ସହଯୋଗ କରିଥିଲେ I

Related news

Skip to toolbar