କନ୍ଧମାଳ ସନ୍ତାନ

Breaking News

ସ୍ୱାସ୍ଥ୍ୟ ଓ ଆରୋଗ୍ୟ ପକ୍ଷରୁ କଳିଙ୍ଗା ଠାରେ ସଫେଇ କାର୍ଯ୍ୟ ଅନୁଷ୍ଠିତ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ଠାରେ ଥିବା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ତରଫରୁ ଡାକ୍ତର ଆଶିଷ କୁମାର ପାଣିଗ୍ରାହୀ, ଡାକ୍ତର ଧର୍ମେଷ ଦଳେଇ, ପୂର୍ଣଚନ୍ଦ୍ର ମହା ପାତ୍ର, ବିଭୁ ପ୍ରସାଦ ବେହେରା ଏବଂ ବହୁ ଆଶା କର୍ମୀଙ୍କୁ ନେଇ ଏକ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଏବଂ ଆଶା ଦିଦି ମିଶି ମେଡିକାଲ ପରିସର, ଭିଜନ ଇଣ୍ଡିଆ ଏବଂ ସ୍ଥାନୀୟ ଆଶ୍ରମ ବିଦ୍ୟାଳୟ ପରିସକୁ ମିଳିତ ଭାବେ ସଫେଇ କରିଥିଲେ I ଏହା ସହ ସ୍ଥାନୀୟ ଲୋକଙ୍କୁ ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ମଧ୍ୟ ପ୍ରଦାନ କରିଥିଲେ I ଏଭଳି ଏକ ସ୍ୱଚ୍ଛତା ଏବଂ ଜନ ସଚେତନତା କାର୍ଯ୍ୟ ପାଇଁ ସ୍ଥାନୀୟ ଲୋକେ ଉପସ୍ଥିତ ସମସ୍ତ ସ୍ୱାସ୍ଥ୍ୟ କର୍ମୀ ଏବଂ ଆଶା ଦିଦିଙ୍କୁ ଧନ୍ୟବାଦ ଜଣେଇବା ସହ ତାଙ୍କ ମହତ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି I ଆଗାମୀ ଦିନରେ ମଧ୍ୟ ଏଭଳି ସ୍ୱଚ୍ଛ ଭାରତ ତରଫରୁ ସଫେଇ କାର୍ଯ୍ୟକ୍ରମ ହେବା ନେଇ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି I

Related news

Skip to toolbar