କନ୍ଧମାଳ ସନ୍ତାନ

Breaking News

ହୁତୁ ହୁତୁ ହୋଇ ଜଳିଲା ବସ: ଅଚଳ ହୋଇ ପଡିଛି ଘୁ.ଉଦୟଗିରି ଅଗ୍ନିଶମ କାର୍ଯ୍ୟାଳୟର ଯୋଗାଯୋଗ ନମ୍ବର, ଅଗ୍ନିଶମ କାର୍ଯ୍ୟାଳୟ ଘୁ.ଉଦୟଗିରିର ଯୋଗାଯୋଗ ନମ୍ବର ସର୍ବସାଧାରଣରେ ଜାରି କରିବା ପାଇଁଦାବୀ…

କନ୍ଧମାଳ ସନ୍ତାନ (ବ୍ୟୁର): କନ୍ଧମାଳ ଅଧିନସ୍ଥ ଘୁ.ଉଦୟଗିରି ସ୍ଥିତ ନୂତନ ବସ ଷ୍ଟାଣ୍ଡରେ ଏକ ଅଭାବନୀୟ ଘଟଣା ଘଟିଛି I ଘୁ.ଉଦୟଗିରି ସ୍ଥିତ ଶ୍ରୀରାମପଦା ସ୍ଥିତ ନୂତନ ବସ ଷ୍ଟାଣ୍ଡରେ ପାର୍କିଂ ହୋଇ ଥିବା ଏକ ଘରୋଇ ବସରେ ପାଖାପାଖି ଅପରାହ୍ନ ୪.୩୦ଟା ମିନିଟ ସମୟରେ ହୁତୁହୁତୁ ହୋଇ ଜଳି ପାଉଁଶ ହୋଇ ଥିଲା I ଏହି ବସ ଷ୍ଟାଣ୍ଡ ଘୁ.ଉଦୟଗିରି ଅଗ୍ନିଶମ କାର୍ଯ୍ୟାଳୟ ଠାରୁ ମାତ୍ରକ ୩୦୦ ମିଟର ଦୂରରେ ଅବସ୍ଥିତ I ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ ପ୍ରଥମେ ଗାଡିରୁ ଧୂଆଁ ବାହାରିବା ପରେ ହୁତୁହୁତୁ ହୋଇ ଜଳି ଯାଇ ଥିଲା I ଉପସ୍ଥିତ ଥିବା ଲୋକ ସଙ୍ଗେସଙ୍ଗେ ଦମକଳ ବାହିନୀ ସହ ଫୋନ ଯୋଗେ ଯୋଗାଯୋଗ କରିବା ପାଇଁ ଉଦ୍ୟମ କରିଥିଲେ I କିନ୍ତୁ ଫୋନ କାର୍ଯ୍ୟାଳୟ ସହ ଲାଗିନ ଥିଲା I ଅଗ୍ନିଶମ କାର୍ଯ୍ୟାଳୟ ସହ ଯୋଗାଯୋଗ ବିଳମ୍ବ ହେବାରୁ ଅଗ୍ନିଶମ ବିଳମ୍ବରେ ପହଞ୍ଚି ଅଗ୍ନିକୁ ଆୟୋତ କରିଥିଲା I ବର୍ଷବର୍ଷ ଧରି ଅଗ୍ନିଶମ ବିଭାଗ ଘୁ.ଉଦୟଗିରି କାର୍ଯ୍ୟାଳୟର ଫୋନ କାମ କରୁନ ଥିବାରୁ ଅଞ୍ଚଳ ବାସୀ ଅନେକ ସମୟରେ ଜରୁରୀକାଳୀନ ସେବା ପାଇବାରୁ ବଞ୍ଚିତ ହେଉ ଥିବା ପ୍ରକାଶ କରିଛନ୍ତି I ଅଞ୍ଚଳ ବାସୀ ଜରୁରୀକାଳୀନ ସେବା ପାଇବା ପାଇଁ ଅଗ୍ନିଶମ କାର୍ଯ୍ୟଳୟର ଉଚ୍ଚପଦସ୍ଥ କର୍ମଚାରୀଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ କର୍ମଚାରୀ ଜଣକ ଫୋନ ରିଷିଭ କରୁନ ଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି I ଯାହାପାଇଁ ଘୁ.ଉଦୟଗିରି ବାସୀ ବହୁ ସମସ୍ୟାର ସମ୍ମୁଖିନ ହେଉ ଥିବା ପ୍ରକାଶ କରିଛନ୍ତି I ତେଣୁ ପ୍ରଶାସନ ପକ୍ଷରୁ ଅଗ୍ନିଶମ କାର୍ଯ୍ୟଳୟ ଘୁ.ଉଦୟଗିରି ସହ ଯୋଗାଯୋଗ କରିବା ପାଇଁ ଫୋନ ନମ୍ବର ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜାରି କରିବା ପାଇଁ ଦାବୀ ହୋଇଛି I

Related news

Skip to toolbar