କନ୍ଧମାଳ ସନ୍ତାନ

Breaking News

ହାତୀ ଆକ୍ରମଣରେ ଜଣେ ମୃତ, କ୍ଷତି ପୁରଣ ଦାବୀ କଲେ ଅଞ୍ଚଳ ବାସୀ…..

କନ୍ଧମାଳ ସନ୍ତାନ(ବ୍ୟୁର): କିଛି ଦିନ ହେବ ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ ହାତୀ ଆତଙ୍କ ଦେଖିବାକୁ ମିଳିଛି I ପ୍ରାପ୍ତ ସୂଚନା ଅନୁଶାରେ ଗତ କିଛି ଦିନ ହେଲା କଳାହାଣ୍ଡି ବନ୍ୟାଞ୍ଚଳରୁ ୪ ଗୋଟି ହାତୀ କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବନ୍ୟାଞ୍ଚଳକୁ ଆସିଥିବାର ସୂଚନା ମିଳିଛି l କିଛି ଦିନ ପୂର୍ବରୁ ନେତାଜୀ ସୁବାଷ ମହାବିଦ୍ୟାଳୟ ସ୍ଥିତ ପାଖ ଜଙ୍ଗଲରୁ ୨ ଗୋଟି ହାତୀ ରାସ୍ତା ପାଖକୁ ହଠାତ ଆସିବାର ଦେଖିବାକୁ ମିଳିଥିଲା I ଫଳରେ ତୁମୁଡିବନ୍ଧ ବନ ବିଭାଗକୁ ସୂଚନା ମିଳିବା ପରେ ସେମାନେ ନିଜ ଟିମ କୁ ନେଇ ହାତୀ ପଲକୁ ଠାବ କରିବାକୁ ଚେଷ୍ଟା କରିଥିଲେ l କିନ୍ତୁ ହାତୀ ନିଖୋଜ ହେଇଯାଇଥିଲା I

ସିର୍ଲା ସ୍ଥିତ ଜଙ୍ଗଲ କୁ ଯିବାର ଜଣା ପଡିଥିଲା I ଆଜି ସିର୍ଲା ପଂଚାୟତ ଟାହିପଡା ଗ୍ରାମର ନିକଟସ୍ଥ ଜଙ୍ଗଲରେ ଏକ ମୃତ ଶବ ମିଳିଥିବାର ଦେଖିବାକୁ ମିଳିଛି l ଚାରି ଦିନ ପୂର୍ବରୁ ସୁକାଲା ପାଟମାଝି (63) ନାମକ ଏକ ବ୍ୟକ୍ତି ଶିଆଳି ଦୌଡ଼ି ଆଣିବାକୁ ଘରୁ ଜଙ୍ଗଲକୁ ଯାଇଥିଲେ I କିନ୍ତୁ ସେ ସନ୍ଧ୍ୟା ସୁଦ୍ଧା ମଧ୍ୟ ଘରକୁ ଫେରିନଥିଲେ I ପରିବାର ଲୋକ ବ୍ୟସ୍ତ ହେଇ ସୁକାଲା ପାଟମାଝୀଙ୍କୁ ଖୋଜା ଖୋଜି କରି ଥିଲେ I କିନ୍ତୁ ତାଙ୍କର କୋଣସି ପତା ମିଳିନଥିଲା l ଆଜି ସକାଳ ୮ ଘଂଟିକା ସମୟରେ ଟାହିପଡା ସ୍ଥିତ ଆତିଙ୍ଗଡ଼ଙ୍ଗା ଜଙ୍ଗଲରେ ତାଙ୍କ ମୃତ ଦେହ ମିଳିଥିଲା l

ଗ୍ରାମ ବାସୀ ଜାଣିବା ପରେ ସିର୍ଲା ସରପଞ୍ଚଙ୍କ ପାଖକୁ ଯାଇ ନିଖୋଜ ବ୍ୟକ୍ତିଙ୍କ ମୃତ ଶବ ବିଷୟରେ କହିଥିଲେ I ଘଟଣା ସମ୍ପର୍କରେ ସରପଞ୍ଚ ବନ ବିଭାଗ ଅଧିକାରୀଙ୍କୁ ଅବଗତ କରାଇବା ସହ ଘଟଣା ସ୍ଥଳ କୁ ଆସିବାକୁ କହିଥିଲେ I ବନ ବିଭାଗ ଅଧିକାରୀ ସେଠାରେ ପହଞ୍ଚିବା ପରେ ହାତୀ ପାଦ ଚି଼ହ୍ନକୁ ଦେଖି ଚିନ୍ହଟ କରିଥିଲେ I ଏବଂ ହାତୀ ଆକ୍ରମଣରେ ସୁକାଲା ପାଟମାଝୀ ମୃତ୍ୟୁ ଘଟି ଥିବା କହି ଥିଲେ l ହାତୀ ଆକ୍ରମଣରେ ମୃତ୍ୟୁ ବ୍ୟକ୍ତିଙ୍କ ପରିବାର କୁ ସହାୟତା ରାଶି ପ୍ରଦାନ ପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି I

Related news

Skip to toolbar