କନ୍ଧମାଳ ସନ୍ତାନ

Breaking News

ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଓ ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ମହାଆଡମ୍ବରରେ ପାଳିତ ହେଲା ଉତ୍କଳ ଦିବସ…..

କନ୍ଧମାଳ ସନ୍ତାନ(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଓ ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ଉତ୍କଳ ଦିବସ ପାଳନ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବୈକୁଣ୍ଠ ନାଥ ସାହୁ ଯୋଗ ଦେଇ ଥିବା ବେଳେ ସମ୍ପାଦକ ଅରୁଣ କୁମାର ଷଡଙ୍ଗୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଗୀତାଞ୍ଜଳି ଚୌଧୁରୀ, ସ୍ମୃତି ରଞ୍ଜନ ବେହେରା, ସରିତା ସାହୁ, ଅନିତା ସାହୁ, ମିନତି ଦାସ, ଦୀପିକା ପଟ୍ଟନାୟକ ଏବଂ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଛାତ୍ର ଛାତ୍ରୀ ମାନେ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରିବା ସହ ଗୁରୁକୁଳ ସ୍କୁଲର ଛାତ୍ରଛାତ୍ରୀମାନେ ବିଭିନ୍ନ ମହାପୁରୁଷଙ୍କ ବେଶରେ ଆସି ବିଭିନ୍ନ କାର୍ଯ୍ୟକ୍ରମ କରିଥିଲେ I

Related news

Skip to toolbar