କନ୍ଧମାଳ ସନ୍ତାନ

Breaking News

ହୁତୁହୁତୁ ଜଳି ଗଲା ଆର.କେ.ଡି ସଂସ୍ଥା ଗ୍ରେଡ଼ର ମେସିନ……

କନ୍ଧମାଳ ସନ୍ତାନ(ବ୍ୟୁର): ସର୍ଟ ସର୍କିଟ ହୋଇ ଜଳିଗଲା ଠିକା ସଂସ୍ଥାରେ ନିୟୋଜିତ ଗ୍ରେଡର ମେସିନ୍ I ସୂଚନା ପ୍ରକାରେ ଆଜି ସକାଳ ପ୍ରାୟ ୯ଟା ୩୦ରେ କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା କଞ୍ଜାମେଣ୍ଡି ଛକ ୫୯ ନମ୍ବର ଜାତୀୟ ରାଜପଥ କଡ଼ରେ RKD ନାମକ ଠିକା ସଂସ୍ଥାରେ ନିୟୋଜିତ ଏକ ଗ୍ରେଡର ମେସିନ୍ ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ହଠାତ୍ ସେଥିରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି I ସର୍ଟ ସର୍କିଟ ଯୋଗୁଁ ଗାଡ଼ିରେ ନିଆଁ ଲାଗିଯାଇଥିବା କହିଛନ୍ତି ଠିକା ସଂସ୍ଥାର କର୍ମଚାରୀ I ଖବରପାଇ ଘଟଣାସ୍ଥଳରେ କ.ନୂଆଗାଁ ପୁଲିସ୍ ପହଞ୍ଚି ଦମକଳ ବାହିନୀକୁ ଖବର ଦେଇଥିଲେ ସୁଦ୍ଧା ବିଳମ୍ବରେ ପହଞ୍ଚିଥିସା I ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରି ଥିଲା କିନ୍ତୁ ସେତେବେଳକୁ ଗାଡ଼ିଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ଜଣାପଡିଛି I

Related news

Skip to toolbar