କନ୍ଧମାଳ ସନ୍ତାନ

Breaking News

ନଗର ବିଜେଡି ମହିଳା ସଭାନେତ୍ରୀ ଭାବେ କୃତାଞ୍ଜଳି ନାୟକ ମନୋନୀତ……

କନ୍ଧମାଳ ସନ୍ତାନ(ବ୍ୟୁର): ରାଜ୍ୟରେ ସାଧାରଣ ନିର୍ବାଚନ ହେବାକୁ କିଛି ଦିନ ବାକି ଥିବା ବେଳେ ବିଜୁ ଜନତା ଦଳ ତାର ଶୃଙ୍ଖଳିତ ନୀତି ଆଦର୍ଶକୁ ବଜାୟ ରଖି ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ କରିବା ପାଇଁ ନୂତନ କମିଟି ପ୍ରସ୍ତୁତ କରୁଥିବା ସୂଚନା ମିଳିଛି । ଏହି କ୍ରମରେ କିଛି ଦିନ ତଳେ ଘୁ.ଉଦୟଗିରି ଏନଏସି ଅଧ୍ୟକ୍ଷା ବିଜେଡି ନଗର ସଭାନେତ୍ରୀ ଭାନୁପ୍ରଭା ମିଶ୍ରଙ୍କ ଅକାଳ ବିୟୋଗ ପରେ ଖାଲି ପଡ଼ିଥିବା ବିଜେଡି ମହିଳା ନଗର ସଭାନେତ୍ରୀ ପଦବୀ ପୂରଣ ନିମନ୍ତେ ଜିଲ୍ଲା ବିଜେଡି ସଭାନେତ୍ରୀ ପୁନମ କହଁରଙ୍କ ଅନୁମୋଦନ କ୍ରମେ ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟା କୃତାଞ୍ଜଳି ନାୟକ ଘୁ.ଉଦୟଗିରି ମହିଳା ନଗର ସଭାନେତ୍ରୀ ଭାବେ ମନୋନୀତ ହୋଇଛନ୍ତି । ସେହିପରି ଘୁ.ଉଦୟଗିରି ବ୍ଲକ ସଭାନେତ୍ରୀ ଭାବେ ଭାରତୀ ପ୍ରଧାନ ମନୋନୀତ ହୋଇଥିବା ବେଳେ ବୁଧବାର ଦିନ ଫୁଲବାଣୀ ଠାରେ ଆୟୋଜିତ ମହିଳା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଉଭୟ ସଭାନେତ୍ରୀଙ୍କୁ ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ଓ ନିଜ ନିଜ ଅଞ୍ଚଳରେ ଦଳୀୟ ସଂଗଠନ ମାଧ୍ୟମରେ ଜନତାଙ୍କ ସେବା କରିବା ସହ ସଂଗଠନ କୁ ସୁଦୃଢ଼ କରିବା ପାଇଁ ପରାମର୍ଶ ଦେଇଥିଲେ । ବିଜୁ ଜନତା ଦଳର ଏନଏସି ଓ ବ୍ଲକ ର ନୂତନ ସଭାନେତ୍ରୀଙ୍କ ନାମ ଘୋଷଣା ପରେ ମାନ୍ୟବର ବିଧାୟକ ସାଲୁଗା ପ୍ରଧାନ ଓ ପର୍ଯ୍ୟବେକ୍ଷକ ବିଜୟ ନାୟକ, ନଗର ସଭାପତି ଗୋପାଳ କୃଷ୍ଣ ମହାପାତ୍ର ଶୁଭେଚ୍ଛା ଜଣାଇଥିବା ବେଳେ ସ୍ଥାନୀୟ ଏନଏସି ଭାରପ୍ରାପ୍ତ ଅଧ୍ୟକ୍ଷ ସନ୍ତୋଷ କୁମାର ବାଘ ଓ ସମସ୍ତ ବିଜେଡି କାଉନସିଲର କାର୍ଯ୍ୟାଳୟରେ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।

Related news

Skip to toolbar