କନ୍ଧମାଳ ସନ୍ତାନ

Breaking News

ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ସ୍ୱାୟତ୍ତ ଶାସନ ଦିବସ ମହା ସମାରୋହ ପାଳିତ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ମହା ସମାରୋହ ୨୦୨୬ ପାଳନ କରାଯାଇଛି । ଏହି ଅବସରରେ ପରିଷଦ କାର୍ଯ୍ୟାଳୟ ତରଫରୁ ପ୍ରାତଃ ୪ ଘଣ୍ଟିକା ସମୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ରାମ ଧୁନ ପରିବେଷଣ କରାଯାଇଥିଲା l ସକାଳ ୭:୩୦ ମିନିଟ ସମୟରେ ପରିଷଦ କାର୍ଯ୍ୟାଳୟ ପରିସରରେ ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମୀତା ଶତପଥୀ ଜାତୀୟ ପତାକା ଉତ୍ତୋଳନ କରି ଉପସ୍ଥିତ ସମସ୍ତ କର୍ମଚାରୀଙ୍କୁ ସମ୍ବୋଧିତ କରିବା ସହ ସ୍ୱାୟତ୍ତ ଶାସନ ଦିବସର ଶୁଭେଚ୍ଛା ଜଣାଇଥିଲେ । ପରିଷଦ ତରଫରୁ ସହରରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା । କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର ପରିଷଦର କାର୍ଯ୍ୟ ଓ ସ୍ୱାୟତ୍ତ ଶାସନ ଦିବସ ପାଳନ ବିଷୟରେ ଅବଗତ କରିବା ସହ ସମସ୍ତ କର୍ମଚାରୀଙ୍କୁ ପରିଷଦ କାର୍ଯ୍ୟାଳୟ ପରିଚାଳନାରେ ସହଯୋଗ ନିମନ୍ତେ ଧନ୍ୟବାଦ ଦେଇ ଭଲ କାମ କରିବା ପାଇଁ ଉତ୍ସାହିତ କରିଥିଲେ । ସନ୍ଧ୍ୟା ସମୟରେ କାର୍ଯ୍ୟଳୟ ସମ୍ମୁଖ ପଡ଼ିଆ ଠାରେ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ଅଧ୍ୟକ୍ଷା ଦେବସ୍ମିତାଙ୍କ ଅଧକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନଗୋବିନ୍ଦ ପ୍ରଧାନ, ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀଣ କୁମାର ବାଣୁଆ (ଡୁଡା), ତହସିଲଦାର ସମୁଦ୍ର ମିଶ୍ର, ବିଡିଓ ସତ୍ୟନାରାୟଣ ମିଶ୍ର, ଅତିରିକ୍ତ ତସିଲଦାର ଦେବାଶିଷ୍ ଜେନା, ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମୀତା ଶତପଥୀ, ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, କାଉନସିଲର ଜାକେଶ ପ୍ରଧାନ, ଦୀପକ କୁମାର ନାୟକ, କୁନ୍ତିମା ମଲ୍ଲିକ, ସଙ୍ଗୀତା ନାୟକ, ମୋନାଲିସା ଦଳବେହେରା, ନିଶାରାଣୀ ନାୟକ, ନନ୍ଦିତା ପ୍ରଧାନ, ଲକ୍ଷ୍ମୀପ୍ରିୟା ପରିଚ୍ଛା, ଅତିରିକ୍ତ ଯନ୍ତ୍ରୀ ସୁଶାନ୍ତ ସାହୁ, ସସ୍ମିତା ବେହେରା, କନିଷ୍ଠ ସହାୟକ ସୌମ୍ୟ ରଞ୍ଜନ ପାତ୍ର, ଏମଆଇଏସ ମୁକେଶ ରଞ୍ଜନ ନାୟକ, ସିଓ ସରିତା ରଥ, ଝଲକ ଦାସ ଓ ଅନ୍ୟ କର୍ମଚାରୀ  ଉପସ୍ଥିତ ଥିଲେ । ମୁଖ୍ୟ ଅତିଥିଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଵଳନ ସହ ସଭା ଆରମ୍ଭ ହୋଇଥିଲା । ସୁଧୀର କୁମାର ସାହୁ ଅତିଥିଙ୍କୁ ସ୍ଵାଗତ କରିବା ସହ ମଞ୍ଚ ପରିଚାଳନା କରିଥିଲେ । ପରିଷଦ ଅଧ୍ୟକ୍ଷା ଦେବସ୍ମିତା ସ୍ବାଗତ ଭାଷଣ ଦେଇଥିବା ବେଳେ ନିର୍ବାହୀ ଅଧିକାରୀ ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ସାଂସଦ ମହୋଦୟ ସହରର ବିକାଶ ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ଯୋଜନା ମାଧ୍ୟମରେ ଅଞ୍ଚଳର ବିକାଶ କରାଯିବ ଏବଂ ଅଞ୍ଚଳର ସ୍ବାଧିନତା ସଂଗ୍ରାମୀମାନଙ୍କ ନାମରେ ବିଭିନ୍ନ ପ୍ରକଳ୍ପ ନାମକରଣ କରାଯିବ ବୋଲି କହିଥିଲେ । ତତ୍ ସହିତ ଜନସାଧାରଣ ମଧ୍ୟ ନିଜ ପରିଷଦ ଅଞ୍ଚଳର ବିକାଶ ପାଇଁ ଇଚ୍ଛା ପ୍ରକାଶ କରିବାକୁ ନିବେଦନ କରିଥିଲେ । ସମସ୍ତ ଅତିଥିବୃନ୍ଦ ନିଜ ଅଭିଭାଷଣରେ ସ୍ୱାୟତ୍ତ ଶାସନର ଉପାଦେୟତା ଓ ଲକ୍ଷ୍ୟ ବିଷୟରେ ମତ ରଖିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମହିଳା ପୁରୁଷ ଯୁବ ପୀଢ଼ି ଉପସ୍ଥିତ ଥିଲେ l ଶେଷରେ ସ୍ଥାନୀୟ କଳାକାରଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Related news