କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଠାରେ କଳିଙ୍ଗ ଆଥଲେଟିକ ଆସୋସିଏସନ୍ ପକ୍ଷରୁ ଜିଲ୍ଲାସ୍ତରୀୟ ଭେଟେରାନ ଫୁଟବଲ ଏକ ଦିବସୀୟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଛି । ଏହି ଏକଦିବସୀୟ ଖେଳ ପ୍ରତିଯୋଗିତାରେ ପାଞ୍ଚ/ଛଅ ଗୋଟି ଦଳ ଅଂଶଗ୍ରହଣ କରିଥିଲେ ।
କିନ୍ତୁ ଫାଇନାଲ ମ୍ୟାଚରେ ଭଞ୍ଜନଗର ସହିତ ଫୁଲବାଣୀ ଟାଉନ୍ ଦଳ ସହ ଆକର୍ଷଣୀୟ ମ୍ୟାଚ୍ ହୋଇଥିଲା । ଖେଳକୁ ଭରପୁର ଉପଭୋଗ କରିଥିଲେ ଦର୍ଶକ l କିନ୍ତୁ ନିର୍ଦ୍ଧାରିତ ସମୟ ଭିତରେ କେହିକାହାକୁ ଗୋଲ ଦେଇପାରିନଥିଲେ । ପରିଶେଷରେ ପେନାଲ୍ଟିକରେ ୫/୪ଗୋଲରେ ଭଞ୍ଜନଗର ଦଳ ବିଜୟ ଲାଭ କରିଥିଲା । ଖେଳକୁ କାମାକ୍ଷା, ଶାନ୍ତନୁ, ମଧୁସୂଦନ, ସରୋଜ, ଲକି ପରିଚାଳନା କରିଥଲେ । ଯାକେଶ ପ୍ରଧାନ ଧାରାବିବରଣୀ ଦେବାସହ ଅତିଥି ଭାବେ ଆଲୋକ ଚନ୍ଦ୍ର ପ୍ରଧାନ, ସାମ୍ବାଦିକ ଗଗନ କୁମାର ପ୍ରଧାନ, ପ୍ରତାପ ପ୍ରଧାନ, ସନ୍ତୋଷ ବାଘ୍, କିଶୋର ଚନ୍ଦ୍ର, ମନମୋହନ, ଉଦେଶନ ପ୍ରଧାନ, କିଶୋର କୁମାର, କ୍ରିଷ୍ଣା ରାଓଙ୍କ ସହ ଗଞ୍ଜାମ ଜିଲ୍ଲା (ପଶ୍ଚିମ) କଂଗ୍ରେସ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବବି ରଥ ମଧ୍ୟ ଅଥିତି ଭାବେ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହ ପ୍ରଦାନ କରି ଥିଲେ । ଏହି ଏକ ଦିବସୀୟ ଟୁର୍ନାମେଣ୍ଟରେ ରନର ଦଳକୁ ଟ୍ରଫି ସହ ୩୦୦୦ ଅର୍ଥରାଶି ,ବିଜୟ ଦଳ ଭଞ୍ଜନଗରକୁ ଟ୍ରଫି ସହ ୫୦୦୦ ନଗଦ ଅର୍ଥ ରାଶି ସହ ମୂଖ୍ୟ ଅତିଥିଙ୍କ ଦ୍ଵାରା ସମସ୍ତ ଖେଳାଳିଙ୍କୁ ଉପଢୋକନ ଦେଇ ସମ୍ମାନିତ କରାଯାଇଥିଲା । ବିଶିଷ୍ଟ ଖେଳାଳି ତଥା ଭଞ୍ଜନଗର ଦଳକୁ ବିଜୟ ଲାଭ କରାଇଥିବା ସନ୍ତୋଷ ଟ୍ରଫିର ଖେଳାଳି ପ୍ରେମଚାନ୍ଦ ସିଂ (ଟୁକୁନା ସିଂ)କୁ ଅର୍ଥିକ ରାଶିରେ ସମ୍ମାନିତ କରାଯାଇଥିଲା । ବିଜୟ ଲାଭ କରିଥିବା ଭଞ୍ଜନଗର ଦଳର ମ୍ୟାନେଜର ଶ୍ରୀ ବବି ରଥ, କୋଚ୍ ଶ୍ରୀ ସଦାଶିବ ପ୍ରଧାନ, କ୍ୟାପଟେନ ଏ.ବିଷ୍ଣୁ ପ୍ରସାଦ, ଗୋଲି ବାପୁନା ସିଂ, ଡିଫେଣ୍ଡର ଓମାନ, ବାସୁଦେବ, ପିଣ୍ଟୁ, ଶୁଭ, କଅର, ଗୋପାଳ, ମନୁ, ଟୁନା, ଟୁକୁନା ସିଂଙ୍କ ଖେଳକୁ ଦର୍ଶକ ଉପଭୋଗ କରି ଥିଲେ ।




