କନ୍ଧମାଳ ସନ୍ତାନ(ବ୍ୟୁର): ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ଆୟୋଜିତ ବନ୍ଧୁତା ପୁର୍ଣ୍ଣ କ୍ରିକେଟ ଟୋର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନଷ୍ଠିତ ହୋଇଯାଇଛି । ଏହି ଫାଇନାଲ ମ୍ୟାଚରେ କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, ଅତିରିକ୍ତ ତହସିଲଦାର ଦେବାଶିଷ ଜେନା, ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମିତା ଶତପଥୀ, ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, କାଉନସିଲର ଦୀପକ କୁମାର ନାୟକ, ଜାକେସ କୁମାର ପ୍ରଧାନ, ମୋନାଲିସା ଦଳବେହେରା, ନନ୍ଦିତା ପ୍ରଧାନ, ସଙ୍ଗୀତା ନାୟକ, ନିଶାରାଣୀ ନାୟକ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଆୟୋଜିତ କ୍ରିକେଟ ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ପୁଲିସ ଏକାଦଶ ଏବଂ ବ୍ଲକ ଏକାଦଶ ମଧ୍ୟରେ ସଙ୍ଘର୍ଷ ପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଦେଖିବାକୁ ମିଳିଥିଲା । ବ୍ଲକ ଏକାଦଶ ଟସ୍ ଜିତି ପ୍ରଥମେ ବୋଲିଂ କରିଥିଲେ । ପୁଲିସ ଏକାଦଶ ୧୫ ଓଭରରେ ସମସ୍ତ ୱିକେଟ ହରାଇ ୯୭ ରନ୍ କରିଥିଲେ । ବ୍ଲକ ଏକାଦଶ ଦଳକୁ ଜିତିବା ପାଇଁ ୧୫ ଓଭର ରେ ୯୮ ରନର ଲକ୍ଷ୍ୟ ଥିଲା । ବ୍ଲକ ଏକାଦଶ ଫାଇନାଲ ମ୍ୟାଚ୍ ଜିତିବା ଲକ୍ଷ୍ୟରେ ପୁଲିସ୍ ଏକାଦଶର ସମସ୍ତ ରଣନୀତିକୁ ଭଣ୍ଡୁର କରି ଅତିସୁନ୍ଦର ଖେଳ ପ୍ରଦର୍ଶନ କରିଥିଲେ । ବ୍ଲକ ଏକାଦଶ ଖେଳ ଶେଷ ଓଭର ପର୍ଯ୍ୟନ୍ତ ଖେଳକୁ ଟାଣି ନେଇଥିଲେ । ଏହି ସଙ୍ଘର୍ଷ ପୂର୍ଣ୍ଣ ମ୍ୟାଚରେ ବ୍ଲକ ଏକାଦଶ ୪ ଟି ୱିକେଟ ହରାଇ ୪ ଟି ବଲ ବାକି ଥାଇ ୯୯ ରନ କରି ବିଜୟ ଲାଭ କରିଥିଲା । ବ୍ଲକ ଏକାଦଶ ଦଳର ଖେଳାଳୀ ବିଡିଓ ସତ୍ୟନାରାୟଣ ମିଶ୍ର ମ୍ୟାନ ଅଫ୍ ଦ ମ୍ୟାଚ୍ ଭାବେ ପୁରସ୍କୃତ ହୋଇଥିଲେ । ସେ ଶେଷ ପର୍ଯ୍ୟନ୍ତ ରହି ମୂଲ୍ୟବାନ ୩୦ ରନ କରିଥିଲେ । ଶେଷରେ ୪ ରନ ମାରି ନିଜ ଦଳକୁ ବିଜୟୀ କରାଇଥିଲେ । ଆଜିର ମ୍ୟାଚ୍ ଆଲୋକ, ଶେଖର, ପରିଚାଳନା କରିଥିବା ବେଳେ ଓମ ପ୍ରକାଶ ସ୍କୋର ବୋର୍ଡ଼ ଦାୟିତ୍ବ ନିର୍ବାହ କରିଥିଲେ ।




