କନ୍ଧମାଳ ସନ୍ତାନ

Breaking News

ଦିବ୍ୟଙ୍ଗ ନାବାଳିକା ଦୁଷ୍କର୍ମକାରୀକୁ ପିଟିପିଟି ହତ୍ୟା, ଦୁଇ ଗିରଫ…

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ମାଣିକେଶ୍ୱର ପଞ୍ଚାୟତ ଶିକଵାଡ଼ି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି I ଏକ ରାସ୍ତା କାମରେ ନିୟଜିତ ମିକ୍ସଚେର ମେସିନ ଡ୍ରାଇଭର ଭାବେ କାର୍ଯ୍ୟରତ ଝାରଖଣ୍ଡ ରାଜ୍ୟର ନିରୁପାଲ ମହାତ (୪୦) ନାମକ ଯୁବକଙ୍କୁ ବାଡେଇ ବାଡେଇ ହତ୍ୟା କରାଯାଇ ଥିବା ଦେଖାଦେଇଛି I ଘଟଣାରୁ ପ୍ରକାଶ ଯେ ସିକବାଡି ଗ୍ରାମର ଏକ ଦିବ୍ୟାଙ୍ଗ ନାବାଳିକାକୁ ଡ୍ରାଇଭର ଜଣକ ଦୁଇ ତିନି ଥର ଅଶ୍ଳୀଳ ବ୍ୟବହାର କରିଆସୁଥିଲା I ଗତ କାଲି ଘରେ କିଏ ନ ଥିବା ବେଳେ ଘରକୁ ଯାଇ ନାବାଳିକାକୁ ଜୋରଜବରଦସ୍ତ କରି ଫୋଟ ନେବା ସହ ଅଶ୍ଳିଳ ବ୍ୟବହାର କରିଥିବା ପ୍ରାଥମିକ ରିପୋର୍ଟରୁ ଜଣା ପଡ଼ିଛି । ନାବାଳିକା ଜଣକ ଘରେ କାନ୍ଦୁ ଥିବା ଦେଖି ବାପା କଣ ହେଲା ବୋଲି ପଚାରିବା ପରେ ଝିଅ ଜଣକ ବାପାକୁ ସଂପୂର୍ଣ୍ଣ ଘଟଣା ପ୍ରକାଶ କରିବା ପରେ ବାପା ଉତକ୍ଷିପ୍ତ ହୋଇ ଉଠିବା ସହ ନିଜ ଭାଇକୁ ସବୁ ଜଣାଇଥିଲେ । ଏହା ପରେ ଦୁଇ ଭାଇ ମିଶି ଠିକା କ୍ୟାମ୍ପରେ ପହଞ୍ଚି ଡ୍ରାଇଭରକୁ ଘୋଷାଡି ଆଣି ମାଡ଼ ମାରିଥିଲେ । ଏହା ପରେ ଡ୍ରାଇଭଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା I ଠିକାକ୍ୟାମ୍ପ କର୍ମଚାରୀମାନେ ଥାନାରେ ଖବର ଦେବା ପରେ ରାଇକିଆ ପୁଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରି ଥିଲା । ନାବାଳିକା ଝିଅ ଓ ମା ଥାନାରେ ପହଞ୍ଚିବା ପରେ ପୁଲିସ ବାପା ଓ ଦାଦାଙ୍କୁ ଥାନାକୁ ଡାକି ଅଟକ ରଖିଥିଲା । ସେମାନେ ଦୁହେଁ ଥାନାକୁ ଆସିବା ପରେ ପୁଲିସ ସେମାନଙ୍କୁ ଅଟକରଖି ପଚରା ଉଚରା ଜାରି ରଖି ଥିଲା । ଖବର ପାଇ ମୃତ ଯୁବକଙ୍କ ପରିବାର ଲୋକ ମଧ୍ୟ ରାଇକିଆ ଥାନାରେ ପହଞ୍ଚି ଥିଲେ I ଘଟଣା ସ୍ଥଳରେ ସାଇଣ୍ଟଫିକ ଟିମ ପହଞ୍ଚି ତଦନ୍ତ କରିବା ସହ ଡ୍ରାଇଭରର ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠେଇ ଗିରଫ ଦୁଇ ଅଭିଯୁକ୍ତଙ୍କୁ ଦଫା ୩୦୨ରେ କୋର୍ଟ ଚାଲାଣ କରିଥିବା ସୂଚନା ରହିଛି I ଏନେଇ ରାଇକିଆ ଥାନା ପୁଲିସ ୮୧/୨୩ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଥିବା ଥାନାଧିକାରୀ ରମାକାନ୍ତ ପାତ୍ର ସୂଚନା ଦେଇ ଛନ୍ତି I

Related news

Skip to toolbar