କନ୍ଧମାଳ ସନ୍ତାନ

Breaking News

ହାତିଶାଳ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି”-2021 କାର୍ଯ୍ୟକ୍ରମ ଅନୁଷ୍ଠିତ…..

କନ୍ଧମାଳ ସନ୍ତାନ(ବ୍ୟୁର): ଆଜି ଘୁ.ଉଦୟଗିରି ହାତୀଶାଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି”-2021 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ଘୁ.ଉଦୟଗିରି ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ର ଛାତ୍ରୀ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ସହ ଚିତ୍ରାଙ୍କନ, ପ୍ରବନ୍ଧ, ବକୃତା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ I

ଘୁ.ଉଦୟଗିରି ବ୍ଲକ ଶିକ୍ଷାଧିକାରୀ ପ୍ରମୋଦ ମଲ୍ଲିକଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ବେଳେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ର, ଛାତ୍ରୀ ଯୋଗ ଦେଇଥିଲେ I ମୁଖ୍ୟ ଅତିଥିଙ୍କ ଦ୍ୱାରା ଦୀପ ପ୍ରଜ୍ବଳନ କରାଯାଇଥିଲା I ମୁଖ୍ୟ ଅତିଥି ପ୍ରମୋଦ ମଲ୍ଲିକଙ୍କୁ ପୁଷ୍ପଗୁଛ ଦେଇ ଉପସ୍ଥିତ ଛାତ୍ର ଛାତ୍ରୀ ସ୍ୱାଗତ କରିଥିଲେ ତତସହ ସ୍ୱାଗତ ସଂଗୀତ ଗାନ କରି ଶିଶୁ ମହୋତ୍ସବ “ସୁରଭି”-2021 ର ଶୁଭାରମ୍ଭ କରିଥିଲେ I କାର୍ଯ୍ୟକ୍ରମ ଶେଷରେ କୃତୀ ଛାତ୍ର ଛାତ୍ରୀ ଏଵଂ ବିଦ୍ୟାଳୟକୁ ପୁରସ୍କୃତ କରାଯାଇଥିଲେ I ଯଥାକ୍ରମେ ବକୃତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସୂୟାସ ସାମଲ (8ମ) ହଵାକ ଉଚ୍ଚ ବିଦ୍ୟାଳୟ, ଦ୍ଵିତୀୟ ସ୍ଥାନ ସିଦ୍ଧାନ୍ତ ମହାପାତ୍ର (8ମ)ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ତୃତୀୟ ସ୍ଥାନ ପ୍ରିୟଦର୍ଶିନୀ ବଗର୍ତ୍ତୀ (10ମ) ତଲାରିମାହା, UGHS ରଚନା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ନିଶା ନାୟକ (10ମ)ଲିଙ୍ଗାଗଡ଼ ନୋଡାଲ ଉଚ୍ଚ ବିଦ୍ୟାଳୟ, ଦ୍ଵିତୀୟ ସୂୟାସ ସାମଲ (8ମ) ହଵାକ ଉଚ୍ଚ ବିଦ୍ୟାଳୟ, ତୃତୀୟ ମନମିତ ମଲ୍ଲିକ (8ମ) କତିଙ୍ଗିଆ ଉ. ପ୍ରା. ବିଦ୍ୟାଳୟ, ସଂଗୀତ ପ୍ରତିଯୋଗିତାରେ ପ୍ରଥମ ପ୍ରତିଯୋଗୀ ଅଭିଜିତ ନାୟକ (8ମ) କଳିଙ୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟ, ଦ୍ଵିତୀୟ ପ୍ରଣତି ପ୍ରଧାନ (10ମ)ଆରସ୍ମିନ ଜନତା ଉଚ୍ଚ ବିଦ୍ୟାଳୟ, ତୃତୀୟ ସ୍ଥାନ ଜୁଲି ପ୍ରଧାନ (8ମ)କଳିଙ୍ଗା ଆଶ୍ରମ ବିଦ୍ୟାଳୟ, ଚିତ୍ରାଙ୍କନରେ ପ୍ରଥମ ହେଲେ ଅର୍ଚନା ପ୍ରଧାନ(9ମ) ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ, ଦ୍ଵିତୀୟ ହେଲେ ମଣ୍ଟୁ ପ୍ରଧାନ (9ମ) ବତିଙ୍ଗିଆ UGHS, ତୃତୀୟ ତୁଳସୀ ବେହେରା (10ମ)ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଙ୍କୁ ପୁରସ୍କୃତ କରାଯାଇଛି I

Related news

Skip to toolbar