କନ୍ଧମାଳ ସନ୍ତାନ

Breaking News

ଦାରିଦ୍ର୍ୟତା ଆଗରେ ଇଚ୍ଛା ଶକ୍ତିର ବିଜୟ, ଓଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଆକାଶ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ନିକଟସ୍ଥ ଟିପାରୀଗାଁ ଗ୍ରାମର ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିବା ଆକାଶ କୁମାର ଦିଗାଲ ୩୧୯ ନଂ ରେଙ୍କ ରଖି ଓଏ ଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ଯାହା ପାଇଁ ସମଗ୍ର ଜିଲ୍ଲା ସମେତ ଟିକାବାଲି ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି I ଆକାଶ କୁମାର ଦିଗାଲଙ୍କ ବାପା କାଶୀନାଥ ଦିଗାଲ ଦେହାନ୍ତ ଘଟିଥିବା ବେଳେ ମା ଦାଇମତି ଦିଗାଲ ଓ ଆକାଶ କୁମାର ଦିଗାଲ ତାଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଉତ୍ସାହିତ କରି ଆସୁଥିଲେ I ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆକାଶ ପରିବାର, ଜିଲ୍ଲା ଓ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି I ଆକାଶ ଦିଗାଳଙ୍କ ଭାଇ ସୁବଳ ଦିଗାଲ ଗାଁ ବାହାରେ ରହି ଶିକ୍ଷାଅର୍ଜନ କରନ୍ତି l ଦାରିଦ୍ର୍ୟତା ଆଗରେ ହାର ମାନିନ ଥିଲା ଆକାଶ ଦିଗାଳଙ୍କ ଇଚ୍ଛା ଶକ୍ତି I ପରିବାର ଉତ୍ସାହ ଓ କଠିନ ପରିଶ୍ରମ ତାଙ୍କୁ କୃତକାର୍ଯ୍ୟ ଦିଗରେ ଆଗକୁ କଢ଼େଇ ନେଇ ଥିଲା I ଆକାଶ ବିଟେକ ଇଞ୍ଜିନିୟରିଂ ସରିବା ପରେ ଏମଟେକ ପାଠପଢା ମଧ୍ୟ ସରେଇ ଛନ୍ତି I ତାଙ୍କର ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେବାର ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିବା ସହ ପରିବାର ଓ ସମ୍ପର୍କିୟଙ୍କ ମଧ୍ୟରେ ବେଶ ଖୁସି ଦେଖା ଦେଇଛି I

Related news

Skip to toolbar