କନ୍ଧମାଳ ସନ୍ତାନ

Breaking News

କଳିଙ୍ଗ ମହାବିଦ୍ୟାଳୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ, ୧୨୦ ଜଣ ଚକ୍ଷୁ ରୋଗୀଙ୍କୁ ଚଷମା ପ୍ରଦାନ…..

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ. ଉଦୟଗିରି ସ୍ଥିତ କଳିଙ୍ଗ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା, ଯୁବ ରେଡକ୍ରସ୍ ଏବଂ ମହାନଦୀ ନେତ୍ର ଚିକିତ୍ସାଳୟ, ବୀରମହାରାଜପୁର ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ କୁମାର ତ୍ରିପାଠୀ ଏହି ଶିବିରର ଉଦଘାଟନ କରିଥିବା ବେଳେ ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେର, ଜାତୀୟ ସେବା ଯୋଜନା ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡଃ ନଳିନୀ କୁମାର ପାଣିଗ୍ରାହୀ, ଯୁବ ରେଡକ୍ରସ୍ କାଉନସିଲର ଅଧ୍ୟାପକ ତପନ ଚନ୍ଦ୍ର ନାୟକ ଉପସ୍ଥିତ ଥିଲେ । ଏଥିରେ ମହାନଦୀ ନେତ୍ର ଚିକିତ୍ସାଳୟ, ବୀରମହାରାଜପୁରର ଡାକ୍ତର ପ୍ରଶାନ୍ତ କୁମାର ଦାଶ, ଧର୍ମରାଜ ନନ୍ଦ, ଟେକ୍ନିସିଆନ୍ ମହେନ୍ଦ୍ର ମେହେର, ବାଦଲ୍ ଭୋଇ, ଚନ୍ଦ୍ର ଶେଖର ନନ୍ଦ ଯୋଗଦେଇ ୧୨୦ ଜଣ ଚକ୍ଷୁ ରୋଗୀଙ୍କ ମାଗଣାରେ ଚକ୍ଷୁ ପରୀକ୍ଷା, କରିବା ଔଷଧ, ଚଷମା ପ୍ରଦାନ କରିବା ସହିତ କେତେକ ଜଟିଳ ରୋଗୀଙ୍କ ଅପରେସନ ପାଇଁ ମହାନଦୀ ନେତ୍ର ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ଯୁବ ରେଡକ୍ରସ୍ କାଉନସିଲର ଅଧ୍ୟାପକ ତପନ କୁମାର ନାୟକ, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଗିରୀଶ୍ ମୁଠାମାଝି ଏବଂ ଅଧ୍ୟାପିକା ସରିତା ମିଶ୍ରଙ୍କ ତତ୍ତ୍ୱାବଧାନରେ ଏହି ଶିବିର ସଫଳ ହୋଇଥିଲା । ମହାବିଦ୍ୟାଳୟ ପରିସରରେ ଏପରି ଏକ ଶିବିର ଆୟୋଜନ କରାଯାଇଥିବା ହେତୁ ସାଧାରଣରେ ପ୍ରଶଂସା ପ୍ରକାଶ ପାଇଛି ।

Related news

Skip to toolbar