କନ୍ଧମାଳ ସନ୍ତାନ

Breaking News

ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଓ ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆରମ୍ଭ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ୨୨ ତମ କ୍ରୀଡା ପ୍ରତିଯୋଗିତା ଓ ଗୁରୁକୁଳ ଇଣ୍ଟର ନ୍ୟାସନାଲର ପ୍ରଥମ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜ୍ଞାପିତ ପରିଷଦର ଅଧ୍ୟକ୍ଷ। ଭାନୁ ପ୍ରଭା ମିଶ୍ର, ମୁଖ୍ୟ ବକ୍ତା ଭାବେ ବିଡ଼ିଓ ଆଶିଷ କୁମାର ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ଏସିଫ ପ୍ରଦୀପ କୁମାର ମହାରଣା, ଅସିତ୍ କୁମାର ସେଠୀ , ପତିତ ପାବନ ସାହୁ ପ୍ରମୁଖ ଯୋଗଦେଇଥିଲେ। ଅରୁଣ କୁମାର ଷଡଙ୍ଗୀ ସଭା ପରିଚାଳନା କରିଥିଲେ । ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ଦିହୁଡ଼ିକୁ ଛାତ୍ର ଛାତ୍ରୀ ମାନେ ଫରେଷ୍ଟ ଟ୍ରେନି ପଡିଆ ପର୍ଯ୍ୟନ୍ତ ନେଇଥିଲେ । ସମସ୍ତ ଛାତ୍ର ଛାତ୍ର ମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଝିଲି ରାଣୀ ପଣ୍ଡା ସ୍ୱାଗତ ଭାଷଣ ଦେଇ ଥିବା ବେଳେ ପ୍ରଧାନ ଆଚାର୍ଯ୍ୟ। ସୁକନ୍ୟା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

 

Related news

Skip to toolbar