କନ୍ଧମାଳ ସନ୍ତାନ

Breaking News

ଘୁ.ଉଦୟଗିରି ବାସୀଙ୍କ ଜୀବନ ପ୍ରତି ବିପଦ ସାଜିଛି ସାଲୁଙ୍କି ନଦୀ ପାଣି, କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲାର  ମଧ୍ୟ ଭାଗ ଦେଇ ପ୍ରବାହିତ ଜୀବନ ରେଖା ଭାବରେ ଥିବା ସାଲୁଙ୍କି ନଦୀର ଜଳ ଏବେ ଜହର ପାଲୋଟି ଯାଇଛି I ଘୁ.ଉଦୟଗିରି ବ୍ଲକ ଅଧିନସ୍ଥ ସିର୍କୀ ଗ୍ରାମ ନିକଟରୁ ଉତ୍ପତ୍ତି ହୋଇ ଥିବା ସାଲୁଙ୍କି ନଦୀ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାଚିତ ପ୍ରତିନିଧି ଓ ପରିଷଦ ଅଧିକାରୀଙ୍କ ଦୁରଦୃଷ୍ଟି ଅଭାବରୁ ସହରରେ ନିର୍ମିତ ନାଳ ଗୁଡ଼ିକ ନଦୀ ମିହାଁ କରାଯାଇ ଆବର୍ଜନା ପାଣି ନଦୀ ମଧ୍ୟକୁ ଛଡ଼ା ଯାଇ ଥିବା ଯୋଗୁଁ ସାଲୁଙ୍କି ନଦୀର ପାଣି ଏବେ ଜହର ପାଲୋଟି ଯାଇଛି I ନଦୀ କୁଳରେ ବସବାସ କରୁଥିବା କେତେକ ବ୍ୟକ୍ତି ନଦୀ କୁଳ କୁ ଜବର ଦଖଲ କରି ଉକ୍ତ ସ୍ଥାନରେ ପାଇଖାନା ନିର୍ମାଣ କରି ନଦୀକୁ ସଂଯୋଗ କରି ମଇଳା ଆବର୍ଜନାକୁ ନଦୀ ମଧ୍ୟକୁ ନିଷ୍କାସିତ କରାଯାଉଛି I ସାଲୁଙ୍କି ନଦୀ ପଠାକୁ ଉଭୟ ପାର୍ଶ୍ୱରୁ ଜଵର ଦଖଲ କରି ଆବର୍ଜନା ସାମଗ୍ରୀ ଛାଡ଼ୁ ଥିଲେ ମଧ୍ୟ କ୍ଷୁଦ୍ର ଜଳସେଚନ ବିଭାଗ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୁ.ଉଦୟଗିରି ଜନସାଧାରଣଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଏହି ସମସ୍ୟାର ସମାଧାନ କରୁନ ଥିବା ସାଧାରଣରେ ଅଭିଯୋଗ ହୋଇଛି I ଉକ୍ତ ନଦୀର ପାଣିରେ ଓ ସହରରୁ ମଇଳା ଏବଂ ଆବର୍ଜନା ନିଷ୍କାସିତ ହେଉ ଥିବା ନାଳ ଗୁଡ଼ିକୁ ସଫା କରାଯାଉନ ଥିବା, ପରିଷଦ ତରଫରୁ ମଶା ତେଲ, ବବିଲିଚିଂ ପକାଯାଉନ ଥିବା ଯୋଗୁଁ ବର୍ତ୍ତମାନ ମଶା ବଂଶ ବୃଦ୍ଧି ପାଇବାରେ ଲାଗିଛି I ମଶା ବୃଦ୍ଧି ପାଇବା ଯୋଗୁଁ ସହରରେ ଡେଙ୍ଗୁ ଆତଙ୍କ ଦେଖା ଦେଇଛି I ପରିଷଦରେ ଥିବା ଟିଫା ମେସିନ କାହା ସ୍ୱାର୍ଥରେ ରଖାଯାଇଛି ବୋଲି ବୁଦ୍ଧିଜୀବୀଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲୋଟିଛି I ଏହି ବିଷ ପାଣିକୁ ବ୍ୟବହାର କଲେ ବିଭିନ୍ନ ଚର୍ମ ରୋଗ ସହ ଅଜଣା ରୋଗ ହେଉ ଥିବାର ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି I ଉକ୍ତ ନଦୀରପାଣି ପିଲା ସାଲୁଙ୍କି ନଦିରେ ମିଶ୍ରଣ ହେଉଛି I ଏହି ପାଣିକୁ ଫୁଲବାଣୀ ସହରବାସୀ ମଧ୍ୟ ପାନୀୟ ଜଳ ଭାବରେ ବ୍ୟବହାର କରୁଛନ୍ତି I ଯାହା ପାଇଁ ସାଲୁଙ୍କି ନଦୀର ପାଣି ବର୍ତ୍ତମାନ ଘୁ. ଉଦୟଗିରି ସହର ସମେତ ଫୁଲବାଣୀ ସହର ବାସୀଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି I ତେଣୁ ପ୍ରଶାସନ ଏଥି ପ୍ରତି ଗୁରୁତ୍ୱ ଦେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ ନ କଲେ କନ୍ଧମାଳ ଜିଲ୍ଲାରେ ଡେଙ୍ଗୁ ରୋଗ ସହ ବିଭିନ୍ନ ପ୍ରକାରର ମାରାତ୍ମକ ରୋଗ ବ୍ୟାପିବାର ଆଶଙ୍କା ଦେଖା ଦେଉଛି ବୋଲି ଅଞ୍ଚଳରେ ମତ ପ୍ରକାଶ ପାଇଛି I

Related news

Skip to toolbar