କନ୍ଧମାଳ ସନ୍ତାନ

Breaking News

କଳିଙ୍ଗା ବିଏଡ କଲେଜରେ ନୂଆ # ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ, କୃତି ପ୍ରତିଯୋଗିଙ୍କୁ ପୁରସ୍କୃତ କଲେ ଉପବାଚସ୍ପତି…….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ସ୍ଥିତ କଳିଙ୍ଗା ବିଏଡ କଲେଜ ରେ #ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଗୁରୁବାର ଦିନ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବିଏଡ କଲେଜର ଅଧ୍ୟକ୍ଷ ପ୍ରଫେସର ମନୋଜ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି I ଉକ୍ତ ଉତ୍ସବରେ ଅଧ୍ୟାପକ ଡ଼ଃ ଦୀପକ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ବିକ୍ରମ କୁମାର ପ୍ରଧାନ ସଭା ପରିଚାଳନା କରିଥିଲେ I କାଯ୍ଯକ୍ରମରେ ସ୍ଥାନୀୟ ବିଧାୟକ ତଥା ମାନ୍ୟବର ଉପ-ବାଚସ୍ପତି ଶ୍ରୀଯୁକ୍ତ ସାଲୁଗା ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏନଏସି ଅଧ୍ୟକ୍ଷା ଦେବସ୍ମିତା ଶତପଥି ଏବଂ ମୁଖ୍ୟ ବକ୍ତା ଭାବେ ଥାନା ଭାରପ୍ରାପ୍ତ ଅଧିକାରୀ ଅଜୟ କୁମାର ସ୍ୱାଇଁ ଯୋଗଦେଇ ଯୁବଶକ୍ତିର ବିକାଶରେ ରାଜ୍ୟ ତଥା ଦେଶର କିପରି ବିକଶିତ ହୋଇଥାଏ ସେ ସଂପର୍କରେ ଆଲୋକପାତ କରିଥିଲେ I ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସମାଜ ସେବାରେ ସାମିଲ ହେବା ପାଇଁ ପରା ମର୍ଶ ଦେଇଥିଲେ I କାର୍ଯ୍ୟକ୍ରମରେ ବିଏଡ କଲେଜର ଅଧ୍ୟାପକ ମୋନାଲିସା ନାୟକ ସୌମ୍ୟରଞ୍ଜନ ପ୍ରଧାନ, କିଶୋର ନାୟକ, ସୁଶାନ୍ତ କୁମାର ରଣା, ଭେଙ୍କଟେଶ ରେଡ୍ଡୀ, ସୁବ୍ରତ କୁମାର ପାଢ଼ୀ, ଡ଼ଃ ସଦାନନ୍ଦ ମେହେର, ବିଚିତ୍ର କୁମାର ବେହେରାଙ୍କ ସମେତ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ I ଅତିଥିଙ୍କ ଦ୍ୱାରା କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା I

Related news

Skip to toolbar