କନ୍ଧମାଳ ସନ୍ତାନ

Breaking News

ହୋଇ ପାରୁନାହିଁ ସିର୍କୀ ଘାଇର ପୁନଃରୁଧାର, ଅନ୍ୟ ବିଭାଗ ଉପରେ ଦୋଷ ଲଦୁଛି କ୍ଷୁଦ୍ର ଜଳ ସେଚନ ବିଭାଗ…..

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଏକ ବହୁ ପୁରାତନ ସହର, ବିଜ୍ଞାପିତ ଅଞ୍ଚଳ ପରିଷଦ, ବ୍ଲକ ଏବଂ ତହସିଲ I ଯାହାର ବିକାଶ ବହୁ ପଛରେ ପଡ଼ି ଥିବା ଦେଖା ଦେଇଛି I ଘୁ. ଉଦୟଗିରି ବ୍ଲକ ମାଲିକାପଡ଼ି ଗ୍ରାମ ପଞ୍ଚାୟତର ସିର୍କୀ ଠାରେ ଜଳ ପ୍ରକଳ୍ପ ଯୋଜନା ଦ୍ୱାରା ଏକ ଡ୍ୟାମ ବହୁ ବର୍ଷ ପୂର୍ବେ ନିର୍ମିତ ହୋଇଛି I ଯାହା କି ଘୁ.ଉଦୟଗିରି ର ତଳିୟା ଅଂଚଳରେ ଥିବା ଚାଷ ଜମିକୁ ଚାଷ ନିମନ୍ତେ ପାଣି ଯୋଗାଇ ଆସୁଅଛି I ହେଲେ ବହୁ ଦିନ ହେଲା ଏହାର ରକ୍ଷଣା ବେକ୍ଷଣ ହେଇନଥିବା ଯୋଗୁଁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି I ସିର୍କୀ ଡ୍ୟାମରୁ ବହୁ ବର୍ଷ ହେବ ପଙ୍କ ଉଦ୍ଧାର କାର୍ଯ୍ୟ ମଧ୍ୟ ହୋଇ ନ ଥିବା ଅଞ୍ଚବାସୀଙ୍କ ପକ୍ଷରୁ ସୂଚନା ମିଳିଛି I

ବର୍ଷା ପାଣି ଦ୍ୱାରା ପାହାଡ଼ ମାଟି ଘାଈ ଭିତରେ ପଶିବା ଦ୍ୱାରା ଖାଲୁଆ ଅଞ୍ଚଳରେ ମାଟି ପୂର୍ଣ୍ଣ ହୋଇ ଜଳ ସ୍ତର ଦିନକୁ ଦିନ କମିଯାଉଥିବା ଦେଖା ଦେଇଛି I ସିର୍କୀ ଘାଇ ଠାରେ ସରକାରଙ୍କ ଦ୍ୱାରା ଏକ ପାନୀୟ ଜଳ ପ୍ରକଳ୍ପ ଦ୍ୱାରା ସ୍ୱଚ୍ଛ ଜଳ ସମଗ୍ର ସହରକୁ ଯୋଗାଇବା ସକାଶେ କାର୍ଯ୍ୟ ମଧ୍ୟ ଚାଲିଅଛି I ଘାଇ ପୋତି ହେବା ଯୋଗୁଁ ପାଣି ସଂରକ୍ଷିତ ହୋଇ ରହି ପାରୁ ନାହିଁ I ଯାହା ଫଳରେ ବର୍ଷା ଟିକିଏ କମିଗଲେ ଜଳ ସ୍ତର କମି ଯାଉଛି ଏବଂ ଜଳ ସମସ୍ୟା ଦେଖା ଯାଉଛି I ସିର୍କୀ ଘାଈରେ ଏକ ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ମାଛ ଚାଷ ମଧ୍ୟ କରାଯାଉଛି I ଯାହା କି ମହିଳାମାନଙ୍କୁ ଆତ୍ମନିର୍ଭର ସହ ରୋଜଗାରକ୍ଷମ କରିବାରେ ମଧ୍ୟ ସାହାଯ୍ୟ କରୁଛି I ଅଞ୍ଚଳ ବାସୀଙ୍କ ବହୁ ଦିନର ଦାବିକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାରଙ୍କ ଦ୍ୱାରା ସିର୍କୀ ଘାଇକୁ ଏକ ପର୍ଯ୍ୟଟନ ସ୍ଥଳୀ ଭାବରେ ବିକାଶ କରିବା ସହ ପାର୍କ ନିମନ୍ତେ ପ୍ରସ୍ତାବ ମଧ୍ୟ ଅନୁମୋଦନ ହୋଇସାରିଛି I କିନ୍ତୁ ଏହାର କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇ ନାହିଁ I ଖୁବ ଶୀଘ୍ର ଏହାର ଭିତ୍ତି ପ୍ରସ୍ତର ସହ ସୌନ୍ଦର୍ଯ୍ୟ କରଣ କାମ ଆରମ୍ଭ ହୋଇ କାର୍ଯ୍ୟକ୍ଷମ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି I ରାଜ୍ୟ ସରକାର ଏହି ପର୍ଯ୍ୟଟନ କ୍ଷେତ୍ରର ବିକାଶ ନିମନ୍ତେ ଦୃଷ୍ଟି ଦେଇ ଏହାର ଉନ୍ନତିକରଣ ସହ ଅର୍ଦ୍ଧନିର୍ମିତ ପାର୍କର ସୌନ୍ଦର୍ଯ୍ୟ କରଣ କଲେ ବହୁ ଦୂର ଦୁରାନ୍ତରୁ ଆସୁଥିବା ପର୍ଯ୍ୟଟକ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିପାରିଥାନ୍ତେ ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି I ତେଣୁ ସ୍ଥାନୀୟ ପ୍ରଶାସନ ଦ୍ୱାରା ସିର୍କୀ ଘାଈର ପୁନଃରୁଦ୍ଧାର, ସୌନ୍ଦର୍ଯ୍ୟ କରଣ ଏବଂ ଆଲୋକୀକରଣ କରାଗଲେ ଏହା ପୂର୍ଣ୍ଣ ମାତ୍ରାରେ ଏକ ସଫଳ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି I ସିର୍କୀ ଘାଇର ବିକାଶକୁ ନେଇ ଆମେ ବିଭାଗୀୟ ଯନ୍ତ୍ରି ଘୁ.ଉଦୟଗିରିଙ୍କ ମତାମତ ଗ୍ରହଣ କରିଥିଲୁ I ବନ ବିଭାଗ ଏବଂ ବ୍ଲକ ପକ୍ଷ କର୍ତ୍ତୃପକ୍ଷଙ୍କୁ ସିର୍କୀ ଘାଇର ବିକାଶ ନିମନ୍ତେ ନୋ ଅବଜେକ୍ସନ ପ୍ରମାଣ ପତ୍ର ଏମଆଇ ପକ୍ଷରୁ ଦୁଇ ଦୁଇ ଥର ପ୍ରଦାନ କରାଯାଇଛି I ହେଲେ ବର୍ତ୍ତମାନ ସୁଦ୍ଧା ସିର୍କୀ ଘାଇର ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହୋଇନ ଥିବା ବିଭାଗୀୟ ଯନ୍ତ୍ରି ସୂଚନା ଦେଇଛନ୍ତି I

Related news

Skip to toolbar