କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଠାରେ ଥିବା ହୋଟେଲ ଦିଶା ଉପରେ ପୁଲିସ ଗତକାଲି ବିଳମ୍ବିତ ରାତ୍ରିରେ ଚଢ଼ାଉ କରିଛି I ଜୁଆ ଖେଳ ଚାଲି ଥିବାର କୌଣସି ସୂତ୍ରରୁ ପୁଲିସ ଖବର ପାଇ ଅଚାନକ ଚଢ଼ାଉ କରି ଥିଲା I ଏହି ଚଢ଼ାଉ ବେଳେ ପୁଲିସ ୬ ଜୁଆଡ଼ିଙ୍କୁ ଗିରଫ କରିବା ସହ ୧,୩୫,୧୫୦ ନଗଦ ଟଙ୍କା, ୬ଟି ମୋବାଇଲ ଏବଂ ତାସ ଜବତ କରି ଥିବା ଘୁ.ଉଦୟଗିରି ଥାନାଧିକାରୀକାରୀ ନରେଶ ସାହୁ ସୂଚନା ଦେଇ ଛନ୍ତି I
ଘଟଣାକୁ ନେଇ ଘୁ.ଉଦୟଗିରି ପୁଲିସ ୮୬/୨୦୨୦ରେ ଏକ ମାମଲା ରୁଜୁ କରିଛି I ଏଏସଆଇ ପି.କେ.ଦୀପ ତଦନ୍ତକାରୀ ଅଫିସର ଭାବରେ ଏହି ଘଟଣାର ତଦନ୍ତ କରୁଥିବା ଘୁ.ଉଦୟଗିରି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି I