କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡ଼ା ଉପଖଣ୍ଡ I ବାଲିଗୁଡା ବିଜ୍ଞାପିତ ଅଂଚଳ ଠାରୁ ମାତ୍ର ୨୦୦ ମିଟର ଦୂରତାରେ ଚିଙ୍ଗିରି ଗାଁ I ଏହି ଗାଁ ନିକଟରେ ଥିବା ଜଙ୍ଗଲରେ ଆଜି ଭୟାନକ ଅଗ୍ନିକାଣ୍ଡ ଘଟିଛି I ଜଙ୍ଗଲରେ ନିଆଁ ଲାଗିଯିବାରୁ ହୁ ହୁ ହୋଇ ଜଳୁ ଥିଲା ଜଙ୍ଗଲ I ଅଗ୍ନିକାଣ୍ଡର ପ୍ରକୋପ ଏତେ ଥିଲାଯେ ଆଖି ପିଛୁଳାକେ ହୁହୁ ହୋଇ ଜଳୁ ଥିଲା ଜଙ୍ଗଲ I ଏହି ସମୟରେ ସେହି ରାସ୍ତା ଦେଇ ଗଣମାଧ୍ୟମ ପ୍ରତିନିଧି ଫିଲିପ ଦିଗାଳ ଏବଂ ଭବାନୀ ଶଙ୍କର ଜେନା ଯାଉ ଥିଲେ I ହୁହୁ ହୋଇ ଜଳୁ ଥିବା ଜଙ୍ଗଲକୁ ଦେଖି ସେଠାରେ ଅଟକି ଥିଲେ ଏବଂ ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା ଦେବା ପାଇଁ ଉଦ୍ୟମ କରିଥିଲେ I
ନିଆଁର ପ୍ରକୋପ ଏତେ ଥିଲାଯେ ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ କରି ବିଫଳ ହେବା ପରେ ସ୍ଥାନୀୟ ବନ ବିଭାଗ କର୍ମଚାରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ଗଣମାଧ୍ୟମ ପ୍ରତିନିଧିI ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ସୂଚନା ପାଇବା ପରେ ଫୋରେଷ୍ଟର ପପୁ ଦୋରା ଅନ୍ୟ ବନବିଭାଗ କର୍ମଚାରୀଙ୍କ ସହ ସେଠାରେ ପହଂଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଥିଲେ I