କନ୍ଧମାଳ ସନ୍ତାନ

Breaking News

ବର୍ଯ୍ୟବସ୍ତୁ ପୁନଃଚକ୍ର ଓ ମଳ ଉପଚାର କେନ୍ଦ୍ର ପରିଦର୍ଶନ କଲେ ଘୁ.ଉଦୟଗିରି ପଞ୍ଚାୟତ ସମିତିର ନିର୍ବାଚିତ ଜନପ୍ରତିନିଧି….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସ୍ୱଚ୍ଛ ପରିମଳ ନୋଡାଲ ଅଫିସର ନରେଶ ଚନ୍ଦ୍ର ପ୍ରଧାନ, ବିଆରସି ଇମାନୁଏଲଙ୍କ ସହ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ୮ ଗୋଟି ପଞ୍ଚାୟତ ର ନିର୍ବାଚିତ ସମସ୍ତ ସରପଞ୍ଚ, ୱାର୍ଡ ଓ ଅନ୍ୟ ସଦସ୍ୟ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ବର୍ଯ୍ୟବସ୍ତୁର ପୁନଃଚକ୍ର ଓ ମଳ ଉପଚାର କେନ୍ଦ୍ର ପରିଦର୍ଶନ କରିଛନ୍ତି I ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ଇତିଶ୍ରୀ ଷଡ଼ଙ୍ଗୀଙ୍କ ତତ୍ତ୍ଵାବଧାନରେ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର ତଥା ସମ୍ପଦ କେନ୍ଦ୍ର ଏମସିସି, ଏମଆରଏଫ୍ ଏବଂ ଏସଇଟିପି ପ୍ଲାଣ୍ଟ ପରିଦର୍ଶନ କରିବା ଓ ତାର କାର୍ଯ୍ୟ ପ୍ରଣାଳୀ ବିଷୟରେ ଅବଗତ କରାଯାଇଥିଲା। ଵିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ୱାର୍ଡରେ ପରିମଳ ବ୍ୟବସ୍ଥା କିଭଳି ଚେନ୍ ଭାବେ କାର୍ଯ୍ୟ କରେ ସେସବୁ ବ୍ୟବସ୍ଥା ବୁଲି ଦେଖିଥିଲେ । ସହରର ପ୍ରତ୍ୟେକ ଘରୁ କିପରି ବର୍ଯ୍ୟବସ୍ତୁ ସଂଗ୍ରହ କାରଯାଇ ତାର ପୁନଃଚକ୍ର ପ୍ରକ୍ରିୟା କାର୍ଯ୍ୟ ମାଁ ପାର୍ବତୀ ଓ ମାରୀୟା ମିଶନ ଶକ୍ତି ଗ୍ରୁପର ସହଭାଗିତାରେ ଗ୍ରୁପର ମହିଳାମାନଙ୍କ ଦ୍ଵାରା ପ୍ରଥମେ ବର୍ଯ୍ୟବସ୍ତୁ ଗୁଡ଼ିକୁ ପୃଥକ କରାଯାଇ ଓଦା ବର୍ଯ୍ୟବସ୍ତୁରୁ ଖତ ପ୍ରସ୍ତୁତି ପ୍ରଣାଳୀ ଓ ତାର ଉପଯୋଗୀତା, ପ୍ଲାଣ୍ଟରେ ଉତ୍ପାଦିତ ହେଉଥିବା ଖତ କିପରି ଲୋକଙ୍କ ପାଖରେ ସହଜରେ ପହଞ୍ଚି ପାରିବ ଓ କିପରି ଏମଆରଏଫ ଦ୍ଵାରା ଶୁଖିଲା ବର୍ଯ୍ୟବସ୍ତୁର ସୁପରିଚାଳନା ଏବଂ ମଳ ଉପଚାର କେନ୍ଦ୍ରକୁ ଯାଇ ଗ୍ରାମାଞ୍ଚଳ ଓ ସହରାଞ୍ଚଳରୁ ଆସୁଥିବା ମଳକୁ ପୁନଃଚକ୍ର ପ୍ରକ୍ରିୟା କରଣ କରି କିପରି ଖତ ତିଆରି କରାଯାଏ ସେ ବିଷୟରେ ଓ ପରିଷଦ ତରଫରୁ ପ୍ଲାଣ୍ଟ ଦାୟିତ୍ୱରେ ଥିବା ସ୍ୱଚ୍ଛ ଓ ପରିମଳ ଏକ୍ସପର୍ଟ ଭବାନୀ ପ୍ରସାଦ ବେହେରା, ପ୍ରୋଗ୍ରାମ କୋଡ଼ିନେଟର ପ୍ରଭାତ ରଞ୍ଜନ ସାହୁ, ମୌସୁମୀ ବେହେରା ଉପସ୍ଥିତ ପ୍ରତିନିଧି ମଣ୍ଡଳୀ ତଥା ସରପଞ୍ଚ ଏବଂ ୱାର୍ଡ ମେମ୍ବରମାନଙ୍କୁ ଅବଗତ କରାଇଥିଲେ । ପରିଷଦ ସିଓ କେ ଜୀବନ ଜ୍ୟୋତି ପାତ୍ର, କନିଷ୍ଠ ଯନ୍ତ୍ରୀ ସସ୍ମିତା ବେହେରା, ଦିପାରାଣି ପଟ୍ଟନାୟକ, ସ୍ୱର୍ଣପ୍ରଭା ଦାସ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିବା ବେଳେ ବିବେକାନନ୍ଦ ସାମଲ ଓ ସୁଦୟ ବାବୁ ସହଯୋଗ କରିଥିଲେ । ପରିଦର୍ଶନର ଶେଷ ପର୍ଯ୍ୟାୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ପ୍ରଶ୍ନ ଉତ୍ତର କାର୍ଯକ୍ରମର ଆୟୋଜନ ମଧ୍ୟ କରାଯାଇଥିଲା ।

Related news

Skip to toolbar