କନ୍ଧମାଳ ସନ୍ତାନ

Breaking News

ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାହିତ୍ୟ ଏକାଡେମୀର ପ୍ରତିଷ୍ଠା ଦିବସ ପାଳିତ…..

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକର ଓଡିଆ ସାହିତ୍ୟ ଏକାଡେମୀର ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଲା ସ୍ତରରେ ଜିଲ୍ଲା ସଂସ୍କୃତି ଭବନରେ ପ୍ରବନ୍ଧ, କବିତା ସାଧାରଣ ଜ୍ଞାନ କି ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ଏଥିରେ ଜିଲ୍ଲାର ପ୍ରତେକ ବ୍ଲକରୁ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ I କନିଷ୍ଟ ବିଭାଗ ପ୍ରବନ୍ଧ ପ୍ରତିଯୋଗିତାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ଶ୍ରାବଣୀ ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ପୁରସ୍କୃତ ହୋଇଛନ୍ତି I ଏଥି ସହିତ ରାଜ୍ୟ ସ୍ତରର ପ୍ରତିଯୋଗିତା ଭୁବନେଶ୍ୱର ସଙ୍ଗୀତ ମହାବିଦ୍ୟାଳୟରେ ଯୋଗ ଦେବାକୁ ଯାଇ ଛନ୍ତି I ଷଷ୍ଠ ଶ୍ରେଣୀର ଛାତ୍ରୀ ଶୁଭ ଲକ୍ଷ୍ମୀ ପାଣି ତୃତୀୟ ସ୍ଥାନ ଅଧିକାର କରି ସଂସ୍କୃତି ବିଭାଗ ପକ୍ଷରୁ ପୁରସ୍କାର ଗ୍ରହଣ କରିଛନ୍ତି l ଦୁଇଟି ପୁରସ୍କାର ଆଣି ବିଦ୍ୟା ଲୟ ପାଇଁ ଗୌରବ ଆଣି ଦେଇଛନ୍ତି ଛାତ୍ରଛାତ୍ରୀ I

Related news

Skip to toolbar