କନ୍ଧମାଳ ସନ୍ତାନ

Breaking News

ହାତୀଶାଳ ସ୍କୁଲରେ ସହଯୋଗ ତାଲିମ ଶିବିର ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ହାତୀଶାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ତିନିଦିନ ଧରି ବିଦ୍ୟାଳୟ ସ୍ତରୀୟ ପରିଚାଳନା କମିଟି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି I ହାତୀଶାଳ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅମରେନ୍ଦ୍ର ସାହୁ ଉପସ୍ଥିତ ରହି ସମସ୍ତ ବିଦ୍ୟାଳୟ କମିଟି ମେମ୍ବର , ଚେୟାରପେରସନ, ୱାର୍ଡ କାଉନସିଲର, ଅଙ୍ଗନବାଡି କର୍ମୀ, ଆଶା କର୍ମୀଙ୍କ ମିଳିତ ସହଯୋଗରେ ଉକ୍ତ ତାଲିମ ଶିବିର ପରିଚାଳିତ କରିଥିଲେ I ଏହି ତାଲିମ ଶିବିରରେ ପ୍ରଧାନ ଶିକ୍ଷକ ଆଦର୍ଶ ବିଦ୍ୟାଳୟର ପରିକଳ୍ପନା ଉପରେ ଆଲୋକପାତ କରିଥିଲେ I ବିଦ୍ୟାଳୟ ପରିସରରେ ଖେଳପଡିଆ, ବଗିଚା, ସୁନ୍ଦର ପରିବେଶ, ଶୃଙ୍ଖଳା, ପାଣିସୁବିଧା, ମଧ୍ୟାହ୍ନ ଭୋଜନ ର ସୁବ୍ୟବସ୍ଥା ,ପାଠାଗାର, ଶୌଚାଳୟ, ପରିଷ୍କାର ପରିଚ୍ଛନତା, ଶିକ୍ଷକ ଓ ଶିକ୍ଷୟିତ୍ରୀ, ପିଲାମାନଙ୍କ ସହ ସୁସମ୍ପର୍କ, ସାଇକଲ ଷ୍ଟାଣ୍ଡ, ପିଲାଙ୍କ ବସିବା କକ୍ଷ, ଖେଳ ସାମଗ୍ରୀ, ସାଂସ୍କୃତିକ କାର୍ଯ୍ୟକ୍ରମ,ବାର୍ଷିକ ଉତ୍ସବ ସୁବନ୍ଦୋବସ୍ଥ କରାଗଲେ ଏକ ଆଦର୍ଶ ବିଦ୍ୟାଳୟରେ ପରିଣତ ହୋଇପାରିବ ଏବଂ ଏଥିରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ବିଦ୍ୟାଳୟ କର୍ତୃପକ୍ଷ I ଉପସ୍ଥିତ ସମସ୍ତ ସଦସ୍ୟ ଏହି ତାଲିମ ଶିବିରରେ ଉପୋରକ୍ତ ବିଷୟରେ ଆଲୋଚନା କରି ଆଗାମୀ ଦିନରେ ହାତୀଶାଳ ବିଦ୍ୟାଳୟକୁ ଏକ ଆଦର୍ଶ ବିଦ୍ୟାଳୟ ଭାବେ ଗଢି ତୋଳିବା ନିମନ୍ତେ ଇଛାପ୍ରକାଶ କରିଛନ୍ତି I

Related news

Skip to toolbar