କନ୍ଧମାଳ ସନ୍ତାନ

Breaking News

ବପଲମେଣ୍ଡି(ବି) ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ଦ୍ୱାରା ବାସୁମତି ଧାନ ବିହନ ବଣ୍ଟନ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ବପଲମେଣ୍ଡି(ବି ) ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସୁନିତା କହଁର କେଞ୍ଜାଗୁଡା ଗ୍ରାମରେ ଥିବା ଚାଷୀଙ୍କୁ ଜୈବ ପିଜି ବସୁମତୀ ଧାନ ରୋପଣ ନିମନ୍ତେ ଧାନ ବିହନ ମୋଟ ୬୦ଜଣ ଚାଷୀଙ୍କୁ ଅଞ୍ଚଳର ୬ ଗୋଟି ଗ୍ରୁପକୁ ଜଣଙ୍କୁ ୯ କିଲୋ ପ୍ରତି ପରିବାରକୁ ବଣ୍ଟନ କରିଛନ୍ତି l ଚାଷୀ ନିଜର ଜମିରେ ବିହନ ପକାଇବା ପାଇଁ ଅପେକ୍ଷାରେ ଥିଲେ I ଏହି ବର୍ଷା ଋତୁରେ ଅନେକ ଚାଷୀ ବିହନ ନ ପାଇ ଅଭାବ ଅନାଟନରେ ଥିବା ବେଳେ ସ୍ଥାନୀୟ ସରପଞ୍ଚ ଅଞ୍ଚଳର ଚାଷୀ ଭାଇଙ୍କ ସମସ୍ୟାକୁ ଦେଖି ଚାଷୀଙ୍କ ପାଇଁ ଆସୁଥିବା ବିହନକୁ ଯୋଗାଇ ଦେଇଥିଲେ l ଯାହାକୁ ନେଇ ଚାଷୀ ଓ ଅଞ୍ଚଳ ବାସୀ ପ୍ରଶଂସା କରିଥିବାର ଦେଖି ବାକୁ ମିଳିଛି l ଏହି ବିହନ ବଣ୍ଟନ କାର୍ଯ୍ୟକ୍ରମରେ କେଞ୍ଜାଗୁଡା ଅଞ୍ଚଳର ସଂୟ ସହାୟକ ଦଳର ଦକ୍ଷନଥିପତ୍ର ପରିଚାଳିକା ଶ୍ରୀମତୀ କରନ୍ତି ଦିଗାଲ, ଗୋଷ୍ଠୀ ସହାୟକା ମେନକା କହଁର ଉପସ୍ଥିତ ଥିବା ସହିତ ଅଞ୍ଚଳର ଭାଇ ଓ ଭଉଣୀ ଯୋଗ ଦେଇଥିଲେ

Related news

Skip to toolbar