କନ୍ଧମାଳ ସନ୍ତାନ

Breaking News

ବାକିଙ୍ଗିଆ ଆରୋଗ୍ୟ କେନ୍ଦ୍ର ଠାରେ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ ଶିବିର ଅନୁଷ୍ଠିତ…..

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ରାଇକିଆ ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ମଣ୍ଡାକିଆ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ବାକିଙ୍ଗିଆ ଠାରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟ କ୍ରମରେ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସୁପ୍ରଭା ନାୟକ ଉପସ୍ଥିତ ରହି ଲୋକମାଙ୍କର ସ୍ୱାସ୍ଥ୍ୟ ପରୀକ୍ଷ୍ୟା କରି ଔଷଧ ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମକୁ ଶ୍ରୀ ଦେବରାଜ ପ୍ରଧାନ ସ୍ୱାସ୍ଥ୍ୟ ପରିଦର୍ଶକ(ପୃରୁଷ ) ପରିଚାଳନା କରିଥିଲେ ଏବଂ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଯୋଗ ଶିକ୍ଷକ ଶ୍ରୀ ସୁକାନ୍ତ ବେହେର୍ଦଳାଇ ଉପସ୍ଥିତ ରହି ଲୋକମାନଙ୍କୁ ଯୋଗ ଓ ପ୍ରାଣାୟାମ ଅଭ୍ୟାସ କରାଇଥିଲେ ଏବଂ ରୋଗ ଅନୁଯାଇ ଯୋଗ ପ୍ରାଣାୟାମ କରାଇଥିଲେ l ନିୟମିତ ଯୋଗ ଓ ପ୍ରାଣାୟାମ କରି ସମସ୍ତ ପ୍ରକାର ରୋଗଠାରୁ କିପରି ଦୁରେଇ ରହି ବା ସହ ସୁସ୍ଥ ସମାଜ ଗଠନ କରି ହେବ ସେହି ବିଷୟରେ ଶିବିରରେ ଅଂଶ ଗ୍ରହଣ କରିଥିବା ଲୋକମାନଙ୍କୁ ବୁଝାଇ ଥିଲେ । ଏହି କାର୍ଯ୍ୟ କ୍ରମକୁ. H. W. C. ର ଆଶାଦିଦି ସମୂହ ସହଯୋଗ କରିଥିବା ବେଳେ ଝିନିମା ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଅର୍ଚନା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l

Related news

Skip to toolbar