କନ୍ଧମାଳ ସନ୍ତାନ

Breaking News

୩ ମାସ ଧରି ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆମ୍ବୁଲାନ୍ସ ଅଚଳ, ରୋଗୀ ପରିବହନ ସେବା ବ୍ୟାହତ…..

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଏକ ଆମ୍ବୁଲାନ୍ସ ଭ୍ୟାନର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏବେ ଜରୁରୀକାଳୀନ ସେବାରେ ସମସ୍ୟା ଦେଖା ଦେଇଛି I ଏହି ଆମ୍ବୁଲାନ୍ସ ଫୁଲବାଣୀ ଗ୍ୟାରେଜରେ ପ୍ରାୟ ୩ ମାସରୁ ଉର୍ଦ୍ଧ ହେଲା ପଡ଼ି ରହିଛି I ଯାହା ପାଇଁ ରୋଗୀ ସେବାରେ ବ୍ୟାଘାତ ହେବା ସହ ଉକ୍ତ ଆମ୍ବୁଲାନ୍ସ ଭ୍ୟାନର ଚାଳକ ଗୋପାଳ କୃଷ୍ଣ ବେହେରା ୩ ମାସ ହେଲା ଡ୍ୟୁଟି ନ ଥିବାରୁ ଦରମା ନ ପାଇ ଭୋକ ଉପାସ ରେ ଦିନ କାଟୁଥିବା କହିଛନ୍ତି I ରାତି ପାହିଲେ ସ୍ୱାସ୍ଥ୍ୟ ସେବା ନିମନ୍ତେ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଆଖ ପାଖ ଅଞ୍ଚଳର ଶହ ଶହ ଲୋକ ନିର୍ଭର କରୁଛନ୍ତି I ସ୍ୱାସ୍ଥ୍ୟ ସେବା ଏବଂ ରୋଗୀ ପରିବହନ ତଥା ଜରୁରୀ କାଳୀନ ସେବା ନିମନ୍ତେ ୧୦୮ ଆମ୍ବୁଲାନ୍ସ ବ୍ୟତୀତ ଉକ୍ତଆମ୍ବୁଲାନ୍ସ ଉପରେ ମଧ୍ୟ ସ୍ଥାନୀୟ ଲୋକେ ନିର୍ଭର କରୁଥିଲେ I ରୋଗୀ ପରିବହନ ସେବା ବ୍ୟାହତ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଵା ସହ ତୁରନ୍ତ ଉକ୍ତ ଆମ୍ବୁଲାନ୍ସକୁ କାର୍ଯ୍ୟକ୍ଷମ କରି ଉତ୍ତମ ସେବା ଯୋଗାଇ ଦେବା ନିମନ୍ତେ ଦାବୀ କରିଛନ୍ତି I

Related news

Skip to toolbar