କନ୍ଧମାଳ ସନ୍ତାନ

Breaking News

ଜିଲ୍ଲା ସ୍ତରୀୟ କୃଷ୍ଣଚନ୍ଦ୍ର ଚନ୍ଦ୍ର ବେହେରା ବେଡମିନ୍ଟନ ଟୁର୍ଣ୍ଣାମେଣ୍ଟ, ଘୁ.ଉଦୟଗିରି ସରଭାଇବାଲ ଟିମ ଚମ୍ପିୟାନ…..

କନ୍ଧମାଳ ସନ୍ତାନ(ବ୍ୟୁର): ରାଇକିଆ ଠାରେ ଚାଲିଥିବା ଜିଲ୍ଲା ସ୍ତରୀୟ କୃଷ୍ଣଚନ୍ଦ୍ର ଚନ୍ଦ୍ର ବେହେରା ବେଡମିନ୍ଟନ ଟୁର୍ଣ୍ଣାମେଣ୍ଟରେ ଘୁ.ଉଦୟଗିରି ସରଭାଇବାଲ ଟିମ ଚମ୍ପିୟାନ ହୋଇଥିବା ବେଳେ ଘୁ.ଉଦୟଗିରିର ହିଁ ପ୍ରଫୁଲ ରାଉତ ସହିତ ମଧୁ ପଣ୍ଡା ଯୋଡି ରନର୍ସଅପ୍ ହୋଇଛନ୍ତି । ତିନିଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୩୨ ଟି ଭାଗ ନେଇଥିବା ବେଳେ ବୁଧବାର ଦିନ ରାତିରେ ଫାଇନାଲ ମ୍ଯାଚ ଅନୁଷ୍ଠିତ ହୋଇଥିଲା । ଫାଇନାଲ ମ୍ଯାଚରେ ଘୁ.ଉଦୟଗିରି ଟିମର ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ହୋଇ ଥିଲା I ଏହି ଟକ୍କର ଲାଲୁ ପ୍ରମୋଦ ଯୋଡି ଦୁଇ ଏକ ସେଟରେ ପ୍ରଫୁଲ ମଧୁ ଯୋଡିକୁ ପରାସ୍ତ କରି ଚମ୍ପିୟାନ ହୋଇଥିଲେ । ଚମ୍ପିୟାନ ଟିମକୁ ୭୭୭୭ ଟକାଂର ଆର୍ଥିକ ପୁରଷ୍କାର ସହିତ ଟ୍ରପିଂ ପ୍ରଦାନ କରାଯାଇଥିବା ବେଳେ ରନର୍ସଅପ୍ ଟିମକୁ ୫୫୫୫ ର ଆର୍ଥିକ ପୁରଷ୍କାର ସହିତ ଟ୍ରପିଂ ପ୍ରଦାନ କରାଯାଇଛି । ଏହି ସଫଳତା ପାଇଁ ଖେଳ ପ୍ରେମୀମାନେ ଶୁଭେଚ୍ଛା ଜଣାଇଛନ୍ତି ।

Related news

Skip to toolbar