କନ୍ଧମାଳ ସନ୍ତାନ

Breaking News

ଘୁ.ଉଦୟଗିରି ବନାଞ୍ଚଳ ଦ୍ଵାରା ଆୟୋଜିତ ସିର୍କୀ ଇକୋ ପାର୍କ ଉଦଘାଟନି ଉତ୍ସବ ଅତିଥି ତାଲିକାରୁ ବାଦ ପଡ଼ିଲେ ସ୍ଥାନୀୟ ଜନପ୍ରତିନିଧି, ଉଦବେଗ ପ୍ରକାଶ କଲେ ଅଞ୍ଚଳ ବାସୀ ଓ ସମାଜସେବୀ…

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ. ଉଦୟଗିରି ବ୍ଲକ ମାଲିକା ପଡ଼ି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିର୍କୀ ଇକୋ ପାର୍କ ଉଦଘାଟନି ଉତ୍ସବରେ ସ୍ଥାନୀୟ ସରପଞ୍ଚ ଝରଣା ପ୍ରଧାନ, ବ୍ଲକ ଅଧ୍ୟକ୍ଷା ଶୁଷମା ପ୍ରଧାନ, ଘୁ.ଉଦୟଗିରି ବ୍ଲକ ଅଧକ୍ଷା ଭାନୁପ୍ରଭା ମିଶ୍ରଙ୍କୁ ଅଣଦେଖା କରାଯାଇ ଥିବା ସମାଜସେବୀ ମହମ୍ମଦ ଜିଆଉଦ୍ଦିନ ଅଭିଯୋଗ କରିଛନ୍ତି I ସୂଚନା ଅନୁସାରେ “ସିର୍କୀ ଇକୋ ପାର୍କ”ର ଶୁଭ ଉଦଘାଟନୀ ଉତ୍ସବ ଓଡ଼ିଶା ଜଙ୍ଗଲ ପରିବେଷ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତଥା ଘୁ.ଉଦୟଗିରି ବନାଞ୍ଚଳ ଓ ଫୁଲବାଣୀ ବନଖଣ୍ଡ ଦ୍ୱାରା ଆୟୋଜନ କରାଯାଇଥିଲା I ଏହି ଉଦଘାଟନି ଉତ୍ସବକୁ ମୁଖ୍ୟ ଅତିଥି ଭାବେ ମାନ୍ୟବର ବାଚସ୍ପତି ବିକ୍ରମ କେଶରୀ ଆରୁଖ (ଓଡ଼ିଶା ପ୍ରଦେଶ), ପ୍ରଦୀପ କୁମାର ଅମାତ (ମାନ୍ୟବର ମନ୍ତ୍ରୀ ଜଙ୍ଗଲ ପରିବେଷ, ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ,ସୂଚନା ଓ ଲୋକ ସମ୍ପର୍କ ବିଭାଗ), ମାନ୍ୟବର କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତାନନ୍ଦ ସାମନ୍ତ, ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ପ୍ରଶାନ୍ତ କୁମାର ମିଶ୍ର ( ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ, ବ୍ରହ୍ମପୁର ମଣ୍ଡଳ) ଓ ପ୍ରଶାନ୍ତ ପଟେଲ ( ବନଖଣ୍ଡ ଅଧିକାରୀ, ଫୁଲବାଣୀ ବନଖଣ୍ଡ)ଙ୍କୁ ନିମନ୍ତ୍ରଣ କରାଯାଇ ଥିବା ବେଳେ ସ୍ଥାନୀୟ ସରପଞ୍ଚ, ବ୍ଲକ ଅଧକ୍ଷା ଓ ଵିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷାଙ୍କ ନାମ ନ ଥିବା ଦେଖା ଦେଇ ଥିଲା I ଉକ୍ତ ଉଦଘାଟନି ଉତ୍ସବରେ ସ୍ଥାନୀୟ ବିଧାୟକ ଅନୁପସ୍ଥିତ ଥିବା ବେଳେ ବାଚସ୍ପତି, ମନ୍ତ୍ରୀଙ୍କ ସମେତ ବନବିଭାଗର ଉଚ୍ଚ ପଦସ୍ଥ କର୍ମଚାରୀ ଡାଏସରେ ଉପସ୍ଥିତ ଥିଲେ I ହେଲେ ସ୍ଥାନୀୟ ସରପଞ୍ଚଙ୍କ ବସିବା ପାଇଁ ଚେୟାର ନ ଥିଲା କି ଡାଏସକୁ ମଧ୍ୟ ନିମନ୍ତ୍ରଣ କରାଯାଇ ନଥିଲା I ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସରପଞ୍ଚଙ୍କୁ ଅଣଦେଖା କରାଯାଇ ଥିବା ମତ ପ୍ରକାଶ ପାଇଛି I ସ୍ଥାନୀୟ ବାସୀନ୍ଧା ଓ ସମାଜସେବୀଙ୍କ ଅଭିଯୋଗ ଅନୁସାରେ ବନବିଭାଗର ନିୟନ୍ତ୍ରଣ କାର୍ଡରେ ସ୍ଥାନୀୟ ସରପଞ୍ଚ, ବ୍ଲକ ଅଧକ୍ଷା ଓ ଵିଜ୍ଞାପିତ ଅଞ୍ଚଳ ପରିଷଦର ଅଧକ୍ଷାଙ୍କ ନାମକ ଉଲ୍ଲେଖ କରିବାର ଥିଲା I ଉଦଘାଟନ ଉତ୍ସବକୁ କେବଳ ବାଚସ୍ପତି, ମନ୍ତ୍ରୀ, ସାଂସଦ ଓ ବନଧିକାରୀ ନିମନ୍ତ୍ରିତ କରାଗଲା I ହେଲେ ଅଂଚଳର ସରପଞ୍ଚଙ୍କ ସମେତ ଦୁଇ ଅଧକ୍ଷାଙ୍କ ନିମନ୍ତ୍ରିତ ଅତିଥି ତାଲିକାରୁ ବାଦ ପଡ଼ିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ସମାଜସେବୀ କ୍ଷୋଭ ପ୍ରକାଶ କରିଛନ୍ତି I ଯାହାକି ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧିଙ୍କ ସ୍ୱାଭିମାନ ପ୍ରତି ଲଜ୍ଜ୍ୟା ଜନକ ବୋଲି ଅଞ୍ଚଳ ବାସୀ କହିଛନ୍ତି I ସ୍ଥାନୀୟ ବନବିଭାଗର ନିୟନ୍ତ୍ରିତ ତାଲିକାରୁ ବାଦ ପଡ଼ିବା ପରେ ବାଧ୍ୟ ହୋଇ ଉଦ୍ଘାଟନି ଉତ୍ସବରେ ଯୋଗ ଦେଇ ସମାଲୋଚିତ ନ ହେବା ପାଇଁ ଦୁଇ ଅଧକ୍ଷା ହାତରେ ଫୁଳ ତୋଡ଼ା ଧରି ଡାଏସ ଉପରକୁ ଯାଇ ଉପସ୍ଥିତ ଅତିଥିଙ୍କୁ ସ୍ୱାଗତ କରିବା ପରେ ବସିବା ପାଇଁ ଚେୟାର ମିଳିଥିବା ବେଳେ ସ୍ଥାନୀୟ ସରପଞ୍ଚଙ୍କ ଦେଖା ମିଳିନ ଥିଲା I ହେଲେ ଏନଏସି ଅଧକ୍ଷାଙ୍କ ଉପସ୍ଥିତ ଅତିଥିଙ୍କୁ ଧନ୍ୟବାଦ ଦେବା ପାଇଁ ସୁଯୋଗ ମିଳି ଥିବା ବେଲେ ବ୍ଲକ ଅଧକ୍ଷାଙ୍କୁ ପଦୁଟିଏ ମଧ୍ୟ କହିବା ପାଇଁ ସୁଯୋଗ ମିଳିନ ଥିଲା I ପଂଚାୟତ ରାଜ ଆଇନ ଅନୁସାରେ ସରପଞ୍ଚ ହେଉଛନ୍ତି ପଂଚାୟତର ସର୍ବେସର୍ବା ହୋଇ ଥିବା ବେଳେ ପଂଚାୟତ ସମିତିର ମୁଖ୍ୟ ହେଉଛନ୍ତି ଅଧକ୍ଷା I ହେଲେ ସ୍ଥାନୀୟ ବନବିଭାଗ ଏହି ଦୁଇ ମୂଖ୍ୟ ଜନପ୍ରତିନିଧିଙ୍କୁ ବାଦ ଦେଇ କେଉଁ ଆଧାରରେ ଇକୋ ପାର୍କର ଉଦ୍ଘାଟନି କାର୍ଯ୍ୟକ୍ରମ କଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି I ବନବିଭାଗର ଏହି କାର୍ଯ୍ୟକୁ ଅଞ୍ଚବାସୀ ନା ପସନ୍ଦ କରିଥିବା ଦେଖା ଦେଇଛି I ତେଣୁ ସରକାର ଏଥି ପ୍ରତି ଦୃଷ୍ଟି ଦେବା ପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି I

Related news

Skip to toolbar