କନ୍ଧମାଳ ସନ୍ତାନ

Breaking News

ସିର୍କୀ ଇକୋ ପାର୍କ ଉଦ୍ଘାଟିତ, ଅଂଚଳରେ ଖୁସିର ଲହରୀ….

କନ୍ଧମାଳ ସନ୍ତାନ(ବ୍ୟୁର): ଓଡ଼ିଶା ଜଙ୍ଗଲ ପରିବେଷ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତଥା ଘୁ.ଉଦୟଗିରି ବନାଞ୍ଚଳ ଓ ଫୁଲବାଣୀ ବନଖଣ୍ଡ ଦ୍ୱାରା ନବନିର୍ମିତ “ସିର୍କୀ ଇକୋ ପାର୍କ” ଆଜି ଉଦଘାଟିତ ହୋଇଯାଇଛି l ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବାଚସ୍ପତି ବିକ୍ରମ କେଶରୀ ଆରୁଖ (ଓଡ଼ିଶା ପ୍ରଦେଶ), ପ୍ରଦୀପ କୁମାର ଅମାତ (ମାନ୍ୟବର ମନ୍ତ୍ରୀ ଜଙ୍ଗଲ ପରିବେଷ, ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକ ସମ୍ପର୍କ ବିଭାଗ), ମାନ୍ୟବର କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତାନନ୍ଦ ସାମନ୍ତଙ୍କ କରକମଳରେ ଶୁଭ ଉଦଘାଟନ ହୋଇଯାଇଛି l “ସିର୍କୀ ଇକୋ ପାର୍କ” ଘୁ.ଉଦୟଗିରି ଅଞ୍ଚଳବାସୀଙ୍କ ବହୁ ଦିନର ପୁରୁଣା ସ୍ବପ୍ନ ଥିଲା l ଯାହାକି ଆଜି ବାସ୍ତବ ରୂପ ନେଇଛି l ବ୍ୟସ୍ତ ବହୁଳ ଜୀବନରେ ମନୁଷ୍ୟ ଚାହେଁ ସୁସ୍ଥ ଏବଂ ଚିତ୍ତ ବିନୋଦନକାରୀ ପରିବେଷ l ଯାହାକି ସିର୍କୀ ଇକୋ ପାର୍କରେ ଦେଖିବାକୁ ମିଳେ l ଏଠାକାର ପରିବେଷରୁ ତାହା ଠିକ ଅନୁମେୟ ଏବଂ ନୌ -ବିହାରର ଆନନ୍ଦ କହିଲେ ନ ସରେ l ଉଦଘାଟନୀ ଉତ୍ସବରେ ଅଞ୍ଚଳର ବହୁ ମାନ୍ୟ ଗଣ୍ୟ ଭଦ୍ର ବ୍ୟକ୍ତି, ନେତା, ସ୍ଥାନୀୟ ଜନତା ଉପସ୍ଥିତ ଥିଲେ l ଏହି ଉତ୍ସବରେ ପ୍ରଶାନ୍ତ କୁମାର ମିଶ୍ର, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ, ବ୍ରହ୍ମପୁର ଏବଂ ପ୍ରଶାନ୍ତ ପଟେଲ, ବନଖଣ୍ଡ ଅଧିକାରୀ ଫୁଲବାଣୀ ଙ୍କ ଦ୍ୱାରା ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା

Related news

Skip to toolbar