କନ୍ଧମାଳ ସନ୍ତାନ

Breaking News

ମାଲିକାପଡି ଗ୍ରାମପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ କ୍ରୀଡ଼ା ଉତ୍ସାବ ୨୦୨୨-୨୩ ଆୟୋଜିତ…..

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ.ଉଦୟଗିରି ବ୍ଲକ ମାଲିକାପଡି ଠାରେ ଗ୍ରାମପଞ୍ଚାୟତ ସ୍ଥରୀୟ କ୍ରୀଡ଼ା ଉତ୍ସାବ ୨୦୨୨-୨୩ ଅନୁଷ୍ଠିତ ହୋଇଛି I ଏହି ଉତ୍ସାବର ଦ୍ଵିତୀୟ ଦିନରେ ମୂଖ୍ୟ ଅତିଥି ଭାବେ ଘୁ. ଉଦୟଗିରି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଶୁଷମା ପ୍ରଧାନ ଭାବେ ଯୋଗଦେଇ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ ଝରଣା ପ୍ରଧାନ, ଖେଳ ଶିକ୍ଷକ ଅନିତା ନାୟକ, ବାଞ୍ଚାନିଧି ପାଢ଼ୀ, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ସଂଗୀତା ବେହେରା, ପିଇଓ ସପ୍ତସିରା ବଳିଆର ସିଂ, ଏସ ସନ୍ତୋଷ କୁମାର ପାତ୍ର, ଵିଜ୍ଞାନ ଶିକ୍ଷକ ଦୀପକ ସାହୁ, ସଂଯୁକ୍ତା ନାୟକ, ନାଏବ ସରପଞ୍ଚ ଚନ୍ଦ୍ରକାନ୍ତ ପ୍ରଧାନ, ଟାର୍ଜନ ସାହୁ, ୱାର୍ଡ ମେମ୍ବର ବୋଲେକା ନାୟକ ପ୍ରମୁଖ ଉପସ୍ଥିତ ଥିଲେ I ଏହି କ୍ରୀଡ଼ା ଉତ୍ସାବରେ ବେଡ଼ମିଣ୍ଟନ, ଖୋକ, କବାଡ଼ି, ଫୁଟବଲ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା I କବାଡି ଖେଳରେ ବତୀଙ୍ଗିଆ ଦଳ ଵିଜୟ ହାସଲ କରିଥିବା ବେଳେ ବେଡ଼ମିଣ୍ଟନ ଖେଳରେ ଜନସନିଧି ନାୟକ, ସୁଦିପ୍ତା ନାୟକ, ଗୌରବ ନାୟକ ବିଜୟ ହାସଲ କରି ବ୍ଲକ ସ୍ଥରୀୟ ଖେଳରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇ ଛନ୍ତି I ସେହି ପରି ବତୀଙ୍ଗିଆ ଉଚ୍ଚ ବିଦ୍ୟାଳୟର ଖୋକ ଦଳ ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଥିବା ଘୋଷଣା କରିଛନ୍ତି ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ସଂଗୀତା ବେହେରା I ମୁଖ୍ୟ ଅତିଥି ବ୍ଲକ ଅଧକ୍ଷା ଶ୍ରୀମତୀ ଶୁଷମା ପ୍ରଧାନ ଵିଜୟ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ I

Related news

Skip to toolbar