କନ୍ଧମାଳ ସନ୍ତାନ

Breaking News

ଘୁ.ଉଦୟଗିରି ଜଗନ୍ନାଥ ମନ୍ଦିରର ନୂତନ କର୍ମକର୍ତ୍ତା ମନୋନିତ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ମନ୍ଦିର ପରିଚାଳନା କମିଟିର ସଭାପତି ରାଜେନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ବରେ ଏକ ଶୋଭା ଅନୁଷ୍ଠିତ ହୋଇଥିଲା । ସଂପାଦକ ସମୀର କୁମାର ପାଢ଼ୀ ବାର୍ଷିକୀ ବିବରଣୀ ପଠନ କରିଥିଲେ । କୋଷାଧ୍ୟକ୍ଷ ଏସ ଅଶୋକ କୁମାର ପାତ୍ର ଆୟବ୍ୟୟ ପଠନ କରିଥିଲେ । କମିଟିର କାର୍ଯ୍ୟକାଳ ତିନି ବର୍ଷ ପୂର୍ତ୍ତି ହୋଇଥିବାରୁ ସଭାପତି କମିଟି ଭଙ୍ଗ କରିଥିଲେ । ଆସନ୍ତା ତିନି ବର୍ଷ ପାଇଁ ନୂତନ କମିଟି ଗଠନ କରାଯାଇଥିଲା । ସଭାପତି ଭାବେ ବିନୋଦି ବିହାରୀ ଦାସ, ଉପ ସଭାପତି ଭାବେ ମନୋରଞ୍ଜନ ପତି, ସମ୍ପାଦକ ଅରୁଣ କୁମାର ଷଡଙ୍ଗୀ, ସହ ସମ୍ପାଦକ ଏସ ସୌମ୍ୟ ରଞ୍ଜନ ପୃଷ୍ଟି, କୋଷାଧ୍ୟକ୍ଷ ଏସ ଅଶୋକ କୁମାର ପାତ୍ର ଓ କାର୍ଯ୍ୟ କାରିଣୀ ସଭୀ ଭାବେ ଟି ଅଶ୍ଵିନୀ କୁମାର ପାତ୍ର, ସଞ୍ଜୟ କୁମାର ଆଚାର୍ଯ୍ୟ, ସିମାଞ୍ଚଳ ଦାସ, ଚତୁର୍ଭୁଜ ସାହୁ, ରାମେଶ୍ବର ସାହୁ ମନୋନୀତ ହୋଇଛନ୍ତି ।

Related news

Skip to toolbar