କନ୍ଧମାଳ ସନ୍ତାନ

Breaking News

ଘୁ.ଉଦୟଗିରି ବ୍ଲକରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର ପ୍ରଥମ ସାମର୍ଥ୍ୟ ଦକ୍ଷତା ପରୀକ୍ଷା ଆୟୋଜିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ଯେତିକି ଗୁରୁତ୍ୱ ଦେଉଛନ୍ତି ସେହିଭଳି କଳା ଏବଂ କଳାକାରଙ୍କୁ ମଧ୍ୟ ପ୍ରୋତ୍ସାହନ ଦେଇ ଆସୁଛନ୍ତି l ସେହିଭଳି କଳାକାରଙ୍କ ସାମର୍ଥ୍ୟ ଓ ଦକ୍ଷତାକୁ ମଧ୍ୟ ଗୁରୁତ୍ୱ ଦେଇଆସିଛନ୍ତି l ଏଥିନେଇ ରାଜ୍ୟସରକାରଙ୍କ ନିର୍ଦେଶ କ୍ରମେ ଆଜି ଘୁ.ଉଦୟଗିରି ବ୍ଲକ ପରିସର ମଧ୍ୟରେ ଥିବା ପ୍ରେକ୍ଷାଳୟ ଗୃହରେ  ପ୍ରଥମ ସାମର୍ଥ୍ୟ ଦକ୍ଷତା ପରୀକ୍ଷା ଅନୁଷ୍ଠିତ କାର୍ଯକ୍ରମ ଆୟୋଜିତ ହୋଇଛି  l ଉକ୍ତ କାର୍ଯ୍ୟକ୍ରମରେ ଘୁ.ଉଦୟଗିରି ବ୍ଲକ ସ୍ତରରୁ ୨୩୧ ଜଣ ଏବଂ ଏନଏସିରୁ ୨୨ ଜଣ ପ୍ରତିଯୋଗୀ ନିଜ ନିଜ ଦକ୍ଷତା ପରିବେଷଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଳା ଓ ସାଂସ୍କୃତିକ ଅଧିକାରୀ ଅକ୍ଷୟ କୁମାର ସେଠୀ, ଉପ-ସଭାପତି ଅକ୍ଷୟ କୁମାର କର୍ଣ୍ଣ, ମହେଶ୍ୱର ପ୍ରଧାନ, ପଞ୍ଚାନନ ପ୍ରଧାନ, ସାଇବନ ପ୍ରଧାନ, ଟିକାବାଲି ଉପ -ସଭାପତି ଶତପଥୀ ପ୍ରଧାନ, ଘୁ.ଉଦୟଗିରି ଉପ -ସଭାପତି ଜୁନୁଶ ପରିଛା  କଳାକାରଙ୍କ କଳା ପ୍ରଦର୍ଶନ କାର୍ଯ୍ୟକ୍ରମରେ ବିଚାରକ ଭାବେ ମଞ୍ଚାସିନ ଥିଲେ l ଏହି ଦକ୍ଷତା କାର୍ଯ୍ୟକ୍ରମ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ ତ୍ରିପାଠୀଙ୍କ ଦ୍ୱାରା ସୁପରିଚାଳନା ହୋଇଥିବା ବେଳେ ୫ ନମ୍ବର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିମା ପ୍ରଧାନ କଳାକାରଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି l

Related news

Skip to toolbar