କନ୍ଧମାଳ ସନ୍ତାନ

Breaking News

କୋଟଗଡରେ କେନ୍ଦ୍ର ସଂଖ୍ୟାଲଘୁ ରାଷ୍ଟ୍ରମନ୍ତ୍ରୀ ଜନ ବାର୍ଲା ସଂଖ୍ୟା, ବିଭିନ୍ନ ସମସ୍ୟା ନେଇ ଆଲୋଚନା…..

କନ୍ଧମାଳ ସନ୍ତାନ(ବ୍ୟୁର) : କନ୍ଧମାଳ ଜିଲ୍ଲା କୋଟଗଡ ଗ୍ରସ୍ତରେ ଆସି କେନ୍ଦ୍ର ସଂଖ୍ୟାଲଘୁ ରାଷ୍ଟ୍ର ମନ୍ତ୍ରୀ ଜନ ବାର୍ଲା କୋଟଗଡ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପହଂଚିଥିଲେ l ସେଠାରେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଥାନୀୟ ବିଜେପି କର୍ମୀମାନେ ସ୍ୱାଗତ କରିଥିଲେ ଓ ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ଜଗନ୍ନାଥ ସାହୁ, ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିରଞ୍ଜନ ମିଶ୍ର ମଧ୍ୟ ବୈଠକରେ ଯୋଗଦେଇ ସଂଖ୍ୟାଲଘୁ ବୈଠକର ଉଦେଶ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ହିତକର କାର୍ଯ୍ୟକ୍ରମକୁ ରାଜ୍ୟ ବାଟମାରଣା କରି ରାଜ୍ୟରେ ସଂଖ୍ୟାଲଘୁ ଙ୍କୁ ଭୁଆଁବୁଲାଉଛନ୍ତି ଓ ରାଜ୍ୟରେ ଭ୍ରଷ୍ଟାଚାର କିପରି ଚରମ ସୀମାରେ ପହଁଞ୍ଚିଲାଣି ସେ ସମ୍ପର୍କ ରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ସଂଖ୍ୟାଲଘୁ ରାଷ୍ଟ୍ରମନ୍ତ୍ରୀ ଜନ ବାର୍ଲା ଫେରିବାବେଳେ କୋଟଗଡ ଅନୁସୂଚିତ ଜନଜାତି ଉଚ୍ଚ ବିଦ୍ୟାଳୟକୁ ବୁଲି ଯାଇଥିଲେ l ଏହି ଗ୍ରସ୍ତ କାର୍ଯ୍ୟକ୍ରମକୁ ମଣ୍ଡଳ ସଭାପତି ପ୍ରକାଶ ରାଓ ସୁବୁଦ୍ଧିଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ ପ୍ରତାପ ନାୟକ, ଜିଲ୍ଲା ଯୁବମୋର୍ଚା ସାଧାରଣ ସମ୍ପାଦକ ଜଗା ନାୟକ ଓ ଯୁବମୋର୍ଚା It cell ସମ୍ପାଦକ ମାଧବ ଦାଶ ପରିଚାଳନା କରିଥିଲେ l

Related news

Skip to toolbar