କନ୍ଧମାଳ ସନ୍ତାନ

Breaking News

ଦାରିଙ୍ଗବାଡ଼ି ବନାଞ୍ଚଳ ପକ୍ଷରୁ ୭୩ତମ ବନ ମହୋତ୍ସବ ପାଳନ……

ଅନୁସନ୍ଧାନ ଭାରତ(ବ୍ୟୁର): ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବନାଞ୍ଚଳ ତରଫରୁ ଦାରିଙ୍ଗବାଡ଼ି ସେକ୍ସନ ରେ ୭୩ତମ ବନ ମହୋତ୍ସବ ପାଳନ କରାଯାଇଛି। ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆଙ୍କ ତତ୍ୱାବଧାନରେ ଦାରିଙ୍ଗବାଡ଼ି ବନପାଳ ପ୍ରସନ୍ନ କୁମାର ପାତ୍ର,ଦାରିଙ୍ଗବାଡ଼ି ବନରକ୍ଷୀ ବିଜୟାନନ୍ଦ ସେଠୀ ଙ୍କ ନେତୃତ୍ୱରେ ଦାରିଙ୍ଗବାଡ଼ି ସେକ୍ସନ ଅନ୍ତର୍ଗତ କିଲାବାଡ଼ି ଛକ ଠାରୁ ତାଗାପାଙ୍ଗା ପର୍ଯ୍ୟନ୍ତ ପ୍ରାୟ୩କିଲୋମିଟର ରାସ୍ତାର ଉଭୟ ପାର୍ଶ୍ଵରେ ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷଚାରା ରୋପଣ କରାଯାଇଥିଲା lକାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥି ମାନେ ପ୍ରତ୍ୟେକ ଲୋକ ବୃକ୍ଷରୋପଣ କରି ପରିବେଶ ସୁରକ୍ଷା କରିବାକୁ ଆହ୍ବାନ ଦେବା ସହିତ ଜଙ୍ଗଲ ରହିଲେ ଜୀବଜଗତ ବଞ୍ଚରହିବ ବୋଲି ଅତିଥିମାନେ ପ୍ରକାଶ କରିଥିଲେ। ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆ ଦାରିଙ୍ଗବାଡ଼ି ସେକ୍ସନରେ ବିଭିନ୍ନ କିସମର ୩୭ହଜାର ୭୫୦ ଚାରା ରୋପଣ କରାଯିବ ବୋଲି କହିଥିଲେ lଏହି କାର୍ଯ୍ୟକ୍ରମରେ ପ୍ଲିହେରୀ ସରପଞ୍ଚ ପାଉଲ ପ୍ରଧାନଙ୍କ ସମେତ ସମିତିସଭ୍ୟ ଅରୁଣ ଗୌଡ଼ ଅତିଥିଭାବେ ଯୋଗ ଦେଇଥିବା ବେଳେ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରଦାନ ଓ ବନବାସୀ ସମେତ ସ୍ଥାନୀୟ ଅଞ୍ଚଳର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ମାନେ ସାମିଲ ହୋଇ ଚାରା ରୋପଣ କରିଥିବା ବେଳେ ବନ ବିଭାଗର ଅନ୍ୟ କର୍ମଚାରୀ ଅନମାନେ ମଧ୍ୟ ସାମିଲ ହୋଇଥିଲେ l

Related news

Skip to toolbar