କନ୍ଧମାଳ ସନ୍ତାନ

Breaking News

ଗଞ୍ଜେଇ ଚୋରା ଚାଲାଣ: ୨ ଗିରଫ, ୨୦୩ କେଜି ଗଂଜେଇ ସହ ଟ୍ରକ ଜବତ…..

କନ୍ଧମାଳ ସନ୍ତାନ(ବ୍ୟୁର): ଆନ୍ତରାଜ୍ୟ ଗଞ୍ଜେଇ ଚାଲାଣ ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର।ପାଇ ଆମ୍ବଖାଲିଆ ଘାଟି ନିକଟରେ ମାଡି ବସିଲା ଦାରିଙ୍ଗବାଡି ପୁଲିସ I ଉତ୍ତରପ୍ରଦେଶର ଏକ ଟ୍ରକରୁ ୨୦୩ କିଲୋ ୪୦୦ଗ୍ରାମ ଗଞ୍ଜେଇ ଜବତ କରିବା ସହ ଦୁଇ ଜନ ଚାଲାଣ କରି ଙ୍କୁ ଗିରଫ କରିଛି ଦାରିଙ୍ଗବାଡି ପୁଲିସ I ଜବତ ଗଞ୍ଜେଇ ଆନୁମାନିକ ମୂଲ୍ୟ ୨୦ଲକ୍ଷ୍ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ସୂଚନା ମିଳିଛି I ଗିରଫ ଅଭିଯୁକ୍ତ ଦୁଇ ଜଣ ଉତ୍ତର ପ୍ରଦେଶ କୌଶମ୍ବି ଜିଲ୍ଲା ଠୁଗଲା ଅଞ୍ଚଳର ସାରୁଖ ଖାନ ଓ ଫତେପୂର ଜିଲ୍ଲା ଭୀମପୂର ଅଞ୍ଚଳର ଅଜୟ କୁମାର I ଦାରିଙ୍ଗବାଡି ଥାନା ଅଧିକାରୀ ଙ୍କ ସୂଚନା ପ୍ରକାରେ ବାଲିଗୁଡା ଅଞ୍ଚଳରୁ ଦାରିଙ୍ଗବାଡି ଦେଇ ଉତ୍ତର ପ୍ରଦେଶକୁ ଅତି ଚତୁରତା ସହ ଗଞ୍ଜେଇ ଚୋରାଚାଲଣ ହେଉଥିବା ନେଇ ବିଶ୍ୱତ ସୂତ୍ରରୁ ଥାନା ଅଧିକାରୀ କୌଶିକ ମାଝୀ ଖବର ପାଇବା ପରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିବା ସହ ହିଳାଭିୟୁ ପାର୍କ ନିକଟ ଆମ୍ବ ଖାଲିଆ ବୁଲାଣିରେ ଛପି ରହିଥିଲେ I ଏହି ସମୟରେ ବାଲିଗୁଡାରୁ ଏକ ଟ୍ରକ ନମ୍ବର ( UP73A3627) ଦ୍ରୁତ ଗତି ଆସୁଥିବା ବେଳେ ପୁଲିସ ସମ୍ପୃକ୍ତ ଟ୍ରକକୁ ଯାଞ୍ଚ କରିବା ସମୟରେ ଟ୍ରକରେ ଅତି ଚତୁରତ ର ସହ ଗଞ୍ଜେଇ ଭର୍ତ୍ତି ବସ୍ତା ଲୁଚାଇ ରଖାଯାଇଥିବା ଦେଖିବାକୁ ମିଳିଥିଲା I ଏହା ପରେ ଗଞ୍ଜେଇ ସହିତ ଟ୍ରକକୁ ଜବତ କରିବା ସହ ବେଆଇନ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଦାରିଙ୍ଗବାଡି ଥାନ ପୁଲିସ ୧୦୦/୨୨ ରେ ଏକ ମାମଲା ୠଜୁକରି ଟ୍ରକରେ ଥିବା ଉତ୍ତର ପ୍ରଦେଶ ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋଟ ଚାଲାଣ କରିଛି I ଅନ୍ୟ ପଟେ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି ଥାନ ଅଧିକାରୀ କୌଶିକ ମାଝୀ I

Related news

Skip to toolbar