କନ୍ଧମାଳ ସନ୍ତାନ

Breaking News

ଝୁଲନ୍ତା ଅବସ୍ଥାରେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର…….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଝିଞ୍ଜିରିଗୁଡ଼ା ପଞ୍ଚାୟତର ବାଡୁନ ଘାଟି ପୂର୍ତ୍ତ ବିଭାଗ ରାସ୍ତା କଡ଼ ବିଲମାଳ ନିକଟରେ ଥିବା ଜାମୁକୋଳି ଗଛରେ ଏକ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ଶବକୁ ବ୍ରାହ୍ମଣୀଗାଁ ପୁଲିସ ଉଦ୍ଧାର କରିଥିବା ଜଣାପଡିଛି I କୌଣସି ବିଶ୍ୱସ୍ତ ସୂତ୍ରରୁ ବ୍ରାହ୍ମଣୀଗାଁ ପୁଲିସ ଖବର ପାଇ ସେଠାରେ ପହଞ୍ଚି ଉକ୍ତ ଶବକୁ ଠାବ କରି ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ଜଣାଇଥିଲେ I ଖବର ପାଇ ଦାରିଙ୍ଗବାଡି ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ଭବେଶ ମାଝୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ଉକ୍ତ ଶବ ବ୍ୟବଚ୍ଛେଦ କରି ତାକୁ ଚିହ୍ନଟ ପ୍ରକ୍ରିୟା ପାଇଁ ୭୨ ଘଣ୍ଟା ଆଇସ ଚାମ୍ବରରେ ରଖାଯିବ ବୋଲି କହିଥିଲେ I ଖବର ଲେଖିବା ସୁଦ୍ଧା ଘଟଣା ସ୍ଥଳକୁ ସାଇଣ୍ଟିଫିକ ଟିମ ପହଁଚି ନଥିବା ବେଳେ ଉକ୍ତ ଘଟଣା ସ୍ଥଳକୁ ପୁଲିସ ବହିନୀ କଡା ସୁରକ୍ଷା ବଳୟରେ ରଖିଥିବା ଜଣାପଡିଛି I ଘଟଣାକୁ ନେଇ ବ୍ରାହ୍ମଣୀଗାଁ ପୁଲିସ କେଶ ନଂ୧/୨୨ ରେଏକ ଅପମୃତୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି I

Related news

Skip to toolbar