କନ୍ଧମାଳ ସନ୍ତାନ

Breaking News

ପରମେଶ୍ବରଙ୍କୁ ଭୟକର ଓ ତାହାଙ୍କ ଆଜ୍ଞା ସବୁ ପାଳନ କର: ୪୭ ତମ ବାର୍ଷିକ ବୌଦ୍ଧ-କନ୍ଧମାଳ ଉଦଯୋଗୀ ସମିତି ସମ୍ମିଳନୀ

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ମାଣ୍ଡିପଙ୍କା ଗ୍ରାମରେ ବୌଦ୍ଧ-କନ୍ଧମାଳ ଖ୍ରୀଷ୍ଟୀୟ ଉଦଯୋଗୀ ସମ୍ମିଳନୀର ୪୭ ତମ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି I ଏହା ଗତ ମଇ ମାସ ୩୧ରୁ ଆରମ୍ଭ ହୋଇ ଜୁନ ଦୁଇ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଚାଲିଥିଲା I ଏହି ସମାରୋହରେ ମୂଖ୍ୟ ଅତିଥି ଭାବେ ବିଶାଖାପାଟଣ ରୁ ଆର୍ଚ୍ଚ ବିଷପ ମହାଚାର୍ଯ୍ୟ ଡ଼ଃ. ଜି. ବିଜୟ ରାଜୁ ଯୋଗ ଦେଇଥିବା ବେଳେ ମୂଖ୍ୟ ବକ୍ତା ଭାବେ ରାଇକିଆରୁ ଆଚାର୍ଯ୍ୟ ଡ଼ଃ.ରାଜକିଶୋର ଦିଗାଲ , ଜାମସେଦପୁରରୁ ଆଚାର୍ଯ୍ୟ ଜିତେନ୍ଦ୍ର କୁମାର ଲିମ୍ମା ଯୋଗ ଦେଇଥିଲେ I

ସମ୍ମାନିତ ଅତିଥି ଭାବେ ଟ୍ରାଇବାଲ ଡାଇସେସ ଅଫ କନ୍ଧମାଳ ବିଷପ ମହାଚାର୍ଯ୍ୟ ଶରତ ପ୍ରଧାନ, ଡ଼ଃ.ପୂର୍ଣା ନନ୍ଦ ପ୍ରଧାନ, ସମେତ ବିଭିନ୍ନ ଅଞ୍ଚଳର ପାଳକ ଓ ସହଯୋଗୀ ପାଳକମାନେ ଯୋଗ ଦେଇଥିଲେ I ଉକ୍ତ ସମ୍ମିଳନୀରେ “ପରମେଶ୍ବରଙ୍କୁ ଭୟକର ଓ ତାହାଙ୍କ ଆଜ୍ଞା ସବୁ ପାଳନ କର…।” ପ୍ରସଙ୍ଗକୁ ଭିତ୍ତି କରି ଉଦଯୋଗୀ ଖ୍ରୀଷ୍ଟୀୟ ଜୀବନ ଯାପନ କରିବା ସହ ଆତ୍ମିକ ଭାବେ ଅଭିବୃଦ୍ଧି ହେବାପାଇଁ ଈଶ୍ୱରଙ୍କ କଣ ସବୁ ମାର୍ଗ ରହିଛି ସେ ବିଷୟରେ ଲୋକଙ୍କୁ ଶିକ୍ଷା ଦେଇଥିଲେ I ବୌଦ୍ଧ -କନ୍ଧମାଳ ଖ୍ରୀଷ୍ଟୀୟ ସମ୍ମିଳନୀର ସଭାପତି ଆଚାର୍ଯ୍ୟ ପ୍ରଶାନ୍ତ କୁମାର ଦାସ, ଉପସଭାପତି ଆଚାର୍ଯ୍ୟ କିଶାନ ଚନ୍ଦ୍ର ପ୍ରଧାନ, ସାଧାରଣ ସମ୍ପାଦକ ମୋଶେଷ ଦିଗାଲ, ଯୁଗ୍ମ ସମ୍ପାଦକ ମିରେନ ନାୟକ କୋଷାଧ୍ୟକ୍ଷ ସୁରଜ ପ୍ରଧାନଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପରିଚାଳନା ପାଇଁ ମାଣ୍ଡିପଙ୍କା ମଣ୍ଡଳୀର ଅଧ୍ୟକ୍ଷ ସଲମନ ମଲ୍ଲିକ, ଉପାଧ୍ୟକ୍ଷ ଆଶିଷ ମଲ୍ଲିକ, ସମ୍ପାଦକ ଆବେଦନ ପ୍ରଧାନ, ଯୁଗ୍ମ ସମ୍ପାଦିକା ସୁଷମା ପ୍ରଧାନ, କୋଷାଧ୍ୟକ୍ଷ ନିରଞ୍ଜନ ମାଝୀଙ୍କ ସମେତ ବିଭିନ୍ନ ବିଭାଗରେ କମିଟି ଗଠନ କରାଯାଇ ଦାଇତ୍ୱ ତୁଲାଇଥିଲେ I ଉକ୍ତ ସମ୍ମିଳନୀରେ ଫୁଲବାଣୀ, ଘୁ.ଉଦୟଗିରି, ରାଇକିଆ , ସିମନବାଡ଼ି ,ଦାରିଙ୍ଗବାଡି, ଦାସିଙ୍ଗବାଡ଼ି, ଗଦାପୁର, ବାଲିଗୁଡା , ତୁମୁଡିବନ୍ଧ କୋଠଗଡ଼ ଅଞ୍ଚଳର କାର୍ଯ୍ୟ ନିର୍ବାହୀ କମିଟି ସଭ୍ୟବୃନ୍ଦ , ପରାମର୍ଶ ଦାତା ଓ ପ୍ରମୋସନାଲ ସମ୍ପାଦକ ବୃନ୍ଦଙ୍କ ସମେତ ବିଭିନ୍ନ ଅଞ୍ଚଳରୁ ଶତାଧିକ ଖ୍ରୀଷ୍ଟ ବିଶ୍ୱାସୀ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ I

Related news

Skip to toolbar