କନ୍ଧମାଳ ସନ୍ତାନ

Breaking News

ଦାରିଙ୍ଗବାଡ଼ି ଠାରେ ବାଇକ ଦୁର୍ଘଟଣା, ୨ ମୃତ ଓ ଜଣେ ଗୁରୁତର ଆହତ

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଦାରିଙ୍ଗବାଡ଼ି ବ୍ଲକ ସୁଲୁମାହା ଠାରେ ଏକ ବାଇକ ଦୁର୍ଘଟଣା ଘଟିଛି I ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି I ସୂଚନା ଅନୁସାରେ ଦାରିଙ୍ଗବାଡ଼ି ଥାନା ଶ୍ରହାନିକେତା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାଲେଜୁ ଗ୍ରାମର ମଦଡ଼ା ପ୍ରଧାନଙ୍କ ପୁଅ ଚିଣ୍ଟୁ ପ୍ରଧାନ(25) ,ଅଜିତ ପ୍ରଧାନଙ୍କ ପୁଅ ଅମୀପ ପ୍ରଧାନ (20), ସୁଶାନ୍ତ ପ୍ରଧାନଙ୍କ ପୁଅ ସାଲୁ ପ୍ରଧାନ (17) ମଟର ସାଇକେଲରେ(ହୋଣ୍ଡା ସାଇନ) ଯୋଗେ ଟେରାବଡ଼ି ଗ୍ରାମରେ ଚାଲିଥିବା ଭୋଜିରେ ଯୋଗଦେବା ପାଇଁ ଦାରିଙ୍ଗବାଡ଼ିରୁ ତେରାବାଡ଼ି ଗ୍ରାମକୁ ଯାଉଥିଲେ I ଏହି ସମୟରେ ସୁଲୁମା ଗ୍ରାମ ନିକଟ ଏକ ବୁଲାଣିରେ ଭାରସାମ୍ୟ ହରାଇ ବାଇକ ଏକ ଗଛକୁ ଧକା ଦେଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ I ଘଟଣାରେ ଦୁଇ ଜଣ ଅମୀପ ପ୍ରଧାନ ଓ ସାଲୁ ପ୍ରଧାନ ଗୁରୁତର ହୋଇଥିଲା ବେଳେ ଚିଣ୍ଟୁ ପ୍ରଧାନ ସାମାନ୍ୟ ଆହତ ହୋଇଥିଲେ I ଖବର ପାଇ ଗ୍ରାମର କିଛି ଲୋକ ଏକ ଜିପରେ ଦାରିଙ୍ଗବାଡ଼ି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ I ଡାକ୍ତର ଚିକିତ୍ସା କରିବାର କିଛି ସମୟ ପରେ ଗୁରୁତର ଦୁଇଜଣ ଅମୀପ ପ୍ରଧାନ ଓ ସାଲୁ ପ୍ରଧାନଙ୍କୁ ମୃତ୍ୟୁ ଘୋଷଣା କରିଥିଲେ I ଖବର ପାଇ ଦାରିଂବାଡ଼ି ପୁଲିସ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଏକ ମାମଲା ରଜୁ କରିବା ସହ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି I

Related news

Skip to toolbar