କନ୍ଧମାଳ ସନ୍ତାନ

Breaking News

ଘୁ.ଉଦୟଗିରି କଂଗ୍ରେସ ପକ୍ଷରୁ ଆଲୋଚନା ଚକ୍ର ଅନୁଷ୍ଠିତ…..

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସ୍ଥିତ ସମନ୍ୱିତ ସଭା ଗୃହ ଠାରେ ଆଜି ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି I ଏହି ଆଲୋଚନା ଚକ୍ରରେ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ, ଜିଲ୍ଲା ପ୍ରଭାରୀ ବିସ୍ମୟ ମହାପାତ୍ର, ନଗର କଂଗ୍ରେସ ସଭାପତି ଗଗନ କୁମାର ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ଓ କାଉନ୍ସିଲର ଜାକେଶ ପ୍ରଧାନ, ଲିଙ୍ଗାଗଡ଼ ଗ୍ରାମପଞ୍ଚାୟତ କଂଗ୍ରେସ ସଭାପତି ଅବକାଶ ନାୟକ, କଳିଙ୍ଗିଆ ଗ୍ରାମପଞ୍ଚାୟତ କଂଗ୍ରେସ ସଭାପତି ଜିଖରୀୟ ନାୟକ, ରଟିଙ୍ଗିଆ ଗ୍ରାମପଞ୍ଚାୟତ କଂଗ୍ରେସ ସଭାପତି ଆମୋସ ନାୟକ, ବରିଷ୍ଠ କଂଗ୍ରେସ କର୍ମୀ ଧନୁର୍ଜୟ ମଲ୍ଲୀକ, ଜିଲ୍ଲା କଂଗ୍ରେସ କମିଟିର ସଦସ୍ୟା ଆଞ୍ଜୁମ ଅହମ୍ମଦ, ଯୁବନେତା ହିରେନ ନାୟକ, ପାଲେ ଖାଁ, ଦେବାଶିଷ ଦିଗାଲ ପ୍ରମୁଖ ଯୋଗ ଦେଇ ଥିଲେ I ଏହି ସଭାରେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ କଂଗ୍ରେସକୁ ଵିଜୟ ହାସଲ କରିବା ପାଇଁ ଉପସ୍ଥିତ କର୍ମୀ ଓ ନେତାଙ୍କୁ ଗୁରୁମନ୍ତ୍ର ଦେଇ ଥିଲେ ଜିଲ୍ଲା କଂଗ୍ରେସ ସଭାପତି I କଂଗ୍ରେସ ଦଳ ପାଇଁ ପ୍ରତ୍ୟେକ ଗ୍ରାମପଞ୍ଚାୟତ ସ୍ଥରରୁ ସଭ୍ୟ ସଂଗ୍ରହ ଯଥା ଶୀଘ୍ର ସମାପ୍ତ କରିବା ପାଇଁ ଆହ୍ୱାନ ଦେଇ ଥିଲେ ଜିଲ୍ଲା ପ୍ରଭାରୀ I ଏହା ସହ ଗତ ପଂଚାୟତ ଓ ପୋୖରାଞ୍ଚଳ ନିର୍ବାଚନରେ କଂଗ୍ରେସର ପରାଜୟକୁ ନେଇ ଘୁ. ଉଦୟଗିରିର ବ୍ଲକ ଓ ଏନଏସି କର୍ମୀଙ୍କ ସହ ଜିଲ୍ଲା ସଭାପତି ଓ ଜିଲ୍ଲା ପ୍ରଭାରୀ ଆଲୋଚନା କରିଛନ୍ତି I ଆୟୋଜିତ ବୈଠକ ରେ ଆଗାମୀ ନିର୍ବାଚନରେ କଠିନ ପରିଶ୍ରମ ସହ ଜନସାଧାରଣଙ୍କ ପାଖକୁ ପହଞ୍ଚିବା ପାଇଁ ଉପସ୍ଥିତ କଂଗ୍ରେସ କର୍ମୀଙ୍କୁ ତାଗିଦ କରିଛନ୍ତି ଜିଲ୍ଲା ସଭାପତି I

Related news

Skip to toolbar