କନ୍ଧମାଳ ସନ୍ତାନ

Breaking News

ନେତାଜୀ ସୁଭାଷ ବୋଷ ଜୁନିୟର କଲେଜରେ ଇତିହାସ କଂଗ୍ରେସ ସମ୍ମିଳନୀ ଉଦଘାଟିତ, ଯୋଗଦେଲେ ବହୁ ଶିକ୍ଷାବିତ……

ଅନୁସନ୍ଧାନ ଭାରତ(ବ୍ୟୁର):କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ସ୍ଥିତ ନେତାଜୀ ସୁଭାଷ ବୋଷ ଜୁନିୟର କଲେଜରେ କନ୍ଧମାଳ ଜିଲ୍ଲା ଇତିହାସ କଂଗ୍ରେସ ଡ଼.ସୁନୀଲ କୁମାର ପାତ୍ର ଅଧକ୍ଷଙ୍କ ସଭାପତିତ୍ୱରେ ଆୟୋନଜିତ ହୋଇଇଛି I ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡ଼ଃ.ମନ୍ମଦ ପାଢ଼ୀ (ପୂର୍ବତନ କୁଳପତି ଖୋଲିକୋଟ ବିଶ୍ୱ ବିଦ୍ୟାଳୟ, ବ୍ରହ୍ମହପୁର) ଯୋଗ ଦେଇ କନ୍ଧମାଳ ଜିଲ୍ଲାର ଐତିହ, ପରମ୍ପରା ଓ କୀର୍ତିରାଜୀ ଉପରେ ଗୁରୁତ୍ୱ ଦେଇ ନିଜର ବକ୍ତବ୍ୟ ରଖିଲେ I ଅନ୍ୟତମ ସନ୍ନମାନିତ ଅଥିତି ତଥା ମୁଖ୍ୟ ବକ୍ତା ଡ଼କ୍ଟର ସଦାନନ୍ଦ ନାୟକ ଇତିହାସ ବିଭାଗର ବିଭାଗୀୟ ମୁଖ୍ୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଯୋଗ ଦେଇ ଇତିହାସ କଂଗ୍ରେସର ଲକ୍ଷ, ଉଦେଶ୍ୟ ଓ ଆଗାମୀ ଦିନ ଜିଲ୍ଲାରେ ଇତିହାସ କଂଗ୍ରେସରେ କିଭଳି ସମସ୍ତେ ସାମିଲ ହୋଇ ପାରିବେ ସେ ନେଇ ନିଜର ମତ ରଖିଥିଲେ I ଅନ୍ୟତମ ସମ୍ମାନୀତ ଅତିଥି ଦୁଃଖ ବନ୍ଧୁ ନାୟକ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରି କନ୍ଧମାଳ ଜିଲ୍ଲାର ଲୁକାୟିତ ଐତିହ, ସଂସ୍କୁତି ଓ ପରମ୍ପରା ସୁରକ୍ଷା କରିବା ସହ ଲୋପ ପାଇ ଯାଉଥିବା ଲୋକ ସଂସ୍କୃତି ଉପରେ ଅଧିକ ଗବେଷଣା ଓ ଅଧ୍ୟୟନର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ I ଏହି ଭଵ୍ୟ ସମାବେଶରେ ଜିଲ୍ଲାର ସମସ୍ତ +୨ ଓ +୩ ମହା ବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକ, ଆଧ୍ୟାପିକା ଓ ଗବେଷକ ଯୋଗ ଦେଇ ନିଜର ମତ ପ୍ରଦାନ କରିଥିଲେ I ଶ୍ରୀ ସତ୍ୟରଞ୍ଜନ ପାଣି ଗ୍ରାହୀ ସ୍ୱାଗତ ଭାଷଣ ଦେବା ସହ ଅଧ୍ୟlପକ ଶ୍ରୀ ଦୁଃଖି ଶ୍ୟାମ ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ I ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ପ୍ରାରମ୍ବିକ ସଂଗୀତ ସହ ଓଡ଼ିଶି ନୃତ୍ୟ ଓ ଆଦିବାସୀ ନୃତ୍ୟ ପରିବେଶଣ କରାଯାଇଥିଲା I ଏହି ସମାବେଶକୁ ସଫଳ କରିବା ପାଇଁ ଶ୍ରୀ ଭଞ୍ଜ କିଶୋର ନାୟକ, ଶ୍ରୀ ରଞ୍ଜନ କୁମାର ନାୟକ ଶ୍ରୀ ସମୀର କହଁର, କୁମାରୀ ପଦ୍ମlବତୀ ସାହୁ ଓ ଅଣଶିକ୍ଷକ କର୍ମଚାରୀ ପ୍ରକାଶ ସାହୁ, ଶ୍ରୀ ପ୍ରଶାନ୍ତ ସାହୁ ଓ ବିଷ୍ଣୁ ବଡ଼ଦଳେଇ ସହ ଯୋଗ କରିଥିଲେ I ସର୍ବ ଶେଷରେ ଡ଼ଃ ସୁନୀଲ କୁମାର ପାତ୍ର ସମସ୍ତ ନିମନ୍ତ୍ରୀତ ଅତିଥି ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ I

Related news

Skip to toolbar