କନ୍ଧମାଳ ସନ୍ତାନ

Breaking News

ଦେଇଥିବା ପ୍ରତିଶୃତି ପାଳନ କଲେ କୁଡୁତୁଲି ସରପଞ୍ଚ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ କ.ନୂଆଗାଁ ବ୍ଲକ କୁଡୁତୁଲି ପଞ୍ଚାୟତର ବିଭିନ୍ନ ଓ୍ଵାର୍ଡରେ ଦୀର୍ଘ ଦିନ ହେଲା ଅଚଳ ନଳକୂପ ଗୁଡ଼ିକ ପଡ଼ି ରହିଥିଲା I ହେଲେ ନିର୍ବାଚନ ସମୟରେ ଲୋକଙ୍କୁ ପାନୀୟ ଜଳ ସମସ୍ୟାକୁ ଦୂର କରିବା ପାଇଁ ପ୍ରାଥମିକ ପଦକ୍ଷେପ ନେବାକୁ ସରପଞ୍ଚ ଶ୍ରୀଚନ୍ଦନ ମଲ୍ଲିକ ପ୍ରତିଶୃତି ଦେଇଥିଲେ I କୁଡୁତୁଲି ଗ୍ରାମପାୟତରେ ଗ୍ରୀଷ୍ମ ପ୍ରବାହ ଆରମ୍ଭରୁ ଜଳ ସଂକଟ ଦେଖାଦେବାରୁ ସରପଂଚ ନିଜେ କର୍ମଚାରୀମାନଙ୍କୁ ଧରି ଜମାପଦର -2, ଡୁମୁଦିପଦର -1, ପଦରସାହି -1, ମୁଣ୍ଡାର ଗାଁ -2, ଦୁରାଦଡି -1, ଶ୍ରୀରାମପଲ୍ଲୀ -1, ପିପଲସାହି -1, କନ୍ଦାରମୁଣ୍ଡା -1 ଭଳି ବିଭିନ୍ନ ସାହି ଗ୍ରାମରେ ଥିବା ଅଚଳ ନଳକୂପ ଗୁଡ଼ିକ ସଜାଡି ପାନୀୟ ଜଳ ସମାସ୍ଯାକୁ ଦୂର କରିବା ପାଇଁ ସରପଞ୍ଚ ଶ୍ରୀଚନ୍ଦ୍ର ମଳିକ ଆପ୍ରାଣ ଉଦ୍ୟମ କରୁ ଥିବା ଦେଖା ଦେଇଛି I ଏଥିରେ କର୍ମଚାରୀ ପ୍ରମୋଦ ବେହରାଦଳାଇ, ପବିତ୍ର ବେହରଦଳାଇ, ଦିଗାମ୍ବର ମଲିକ, ଲୋକନାଥ ବେହରଦଳାଇ ସହଯୋଗ କରିଛନ୍ତି I ଆଗାମୀ ଦିନରେ ଉକ୍ତ ପଞ୍ଚାୟତରେ ଖରାପ ହୋଇ ପଡିଥିବା ସମସ୍ତ ୪୦ଟି ନଳକୂପ ମରାମତି କରିବା ପାଇଁ ବଦ୍ଧ ପରିକର ବୋଲି ସରପଂଚ କହିଛନ୍ତି I

Related news

Skip to toolbar