କନ୍ଧମାଳ ସନ୍ତାନ

Breaking News

ପୂର୍ବତନ ବିଧାୟକ ଜାକବ ପ୍ରଧାନଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ……

କନ୍ଧମାଳ ସନ୍ତାନ(ବ୍ୟୁର): ଘୁ.ଉଦୟଗିରି ବିଧାନସଭା କ୍ଷେତ୍ରର ପୁର୍ବତ୍ତନ ବିଧାୟକ ଜାକବ ପ୍ରଧାନଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହୃତ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସର ଉପସଭାପତି ଜାଜ୍ଞାସ୍ୱର ବାବୁ I ଏନେଇ ପ୍ରଦେଶ କମିଟିର ଲେଟର ପେଡରେ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ପୁର୍ବତ୍ତନ ବିଧାୟକଙ୍କୁ ଓପିସିସି ପକ୍ଷରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇ ଥିବାର ଚିଠି ପ୍ରଦାନ କରାଯାଇଛି I ଚିଠି ପାଇବା ପରେ ପୁର୍ବତ୍ତନ କିଂଗ୍ରେସ ବିଧାୟକ ଜାକବ ପ୍ରଧାନ ଓଡିଶା ପ୍ରଭାରି ଡକ୍ଟର ଚେଲ୍ଲା କୁମାରଙ୍କୁ ସାକ୍ଷାତ କରିଛନ୍ତି I

ସୂଚନା ଥାଉକି ପୁର୍ବତ୍ତନ ବିଧାୟକ ଜାକବ ପ୍ରଧାନ ୨୦୧୪।ମସିହାରେ ଶାସକ ବିଜେଡି ଓ ବିଜେପିକୁ କଡ଼ା ଟକ୍କର ଦେଇ ୪୮,୯୫୮ ଖଣ୍ଡ ଭୋଟରେ ବିଜୟ ହାସଲ କରି ଘୁ.ଉଦୟଗିରି ବିଧାୟକ ଭାବରେ ନିର୍ବାଚିତ ହୋଇ ଥିଲେ I ୨୦୧୯ ବିଧାନସଭା ନିର୍ବାଚନ ଦଳୀୟ ଟିକେଟ ନ ମିଳିବାରୁ କଂଗ୍ରେସ ଦଳରୁ ଇସ୍ତଫା ଦେଇ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ଥିଲେ I ମୁଁ କିଂଗ୍ରେସ ଦଳର ଶୃଙ୍ଖଳିତ ସଦସ୍ୟ ଥିଲି ଓ ଅଛି I ଆଗାମୀ ଦିନରେ ମଧ୍ୟ ଦଳ ମତେ ଯାହା ଦାୟୀତ୍ୱ ଦେବ ଶୃଙ୍ଖଳିତ ସଦସ୍ୟ ଭାବରେ କାମ କରିବି ବୋଲି ପ୍ରତିକ୍ରିୟା ଦେଇଛନ୍ତି I ଘୁ.ଉଦୟଗିରି ବିଧାନସଭା କ୍ଷେତ୍ରର ପୁର୍ବତ୍ତନ ବିଧାୟକ ଜାକବ ପ୍ରଧାନଙ୍କ ସମସ୍ତ ବର୍ଗର ଲୋକଙ୍କ ମଧ୍ୟରେ ବେଶ ଲୋକ ପ୍ରିୟତା ରହିଛି I ପୁର୍ବତ୍ତନ ବିଧାୟକ ଜାକବ ପ୍ରଧାନଙ୍କ ଉପରୁ ଦଳୀୟ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହେବା ପରେ କନ୍ଧମାଳ ଜିଲ୍ଲା କଂଗ୍ରେସ କର୍ମୀ ଓ କଂଗ୍ରେସ ପ୍ରେମିଙ୍କ ମଧ୍ୟରେ ଖୁସିର ଲହର ଖେଳି ଯାଇଛି I ପୁର୍ବତ୍ତନ ବିଧାୟକଙ୍କ ଘରବାହୁଡ଼ା ଆଗାମୀ ପଂଚାୟତ ନିର୍ବାଚନରେ ଘୁ.ଉଦୟଗିରି ବିଧାନସଭା କ୍ଷେତ୍ର ଓ କନ୍ଧମାଳ ଜିଲ୍ଲା କଂଗ୍ରେସ ପାଇଁ ବେଶ ଫଳପ୍ରଦ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି I

Related news

Skip to toolbar