କନ୍ଧମାଳ ସନ୍ତାନ

Breaking News

କନ୍ଧମାଳରେ କଂଗ୍ରେସର ମିଶ୍ରଣ ପର୍ବ: ଗର୍ଜିଲେ କଂଗ୍ରେସ ନେତା, ଯୋଗ ଦେଲେ ଓଏଫଏସ ଏବଂ ଓଏଏସ ଅଫିସର ସହ ବିଜେଡି ଓ ବିଜେପି କର୍ମୀ…..

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କାର୍ଯ୍ୟକାରିଣୀ ଓ ମିଶ୍ରଣ ପର୍ବ ଫୁଲବାଣୀ କରୋନେସନ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଛି I ମିଶ୍ରଣ ପର୍ବରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ଗର୍ଜି ଛନ୍ତି କଂଗ୍ରେସ ନେତା I ଏହି କାର୍ଯ୍ୟକ୍ରମରେ ଓଡିଶା ପ୍ରଭାରି ଡଃ ଏ.ଚେଲ୍ଲା କୁମାର, ଓଡିଶା ସହାପ୍ରଭାରୀ ରୁଦ୍ର ରାଜୁ, ବିଧାୟକ ତାରାପ୍ରଶାଦ ବହିନୀପତି, ବିଧାୟକ ରମେଶ ଜେନା, ବିଧାୟକ ଦାଶରଥି ଗମାଙ୍ଗ, ପୁର୍ବତ୍ତନ ସାଂସଦ ରାଧାକାନ୍ତ ଦିଗାଲ, ପୁର୍ବତ୍ତନ ସାଂସଦ ନକୁଳ ନାୟକ, ଯୁବକଂଗ୍ରେସ ସଭାପତି ବସନ୍ତ ପାଢ଼ୀ, ମିନାକ୍ଷୀ ବାହିନୀପତି, କନ୍ଧମାଳ ଜିଲ୍ଲା ସଭାପତି ଅନାମ ନାୟକ ପ୍ରମୁଖ ଯୋଗ ଦେଇ ଥିଲେ I ଉକ୍ତ ମିଶ୍ରଣ ପର୍ବରେ ଓଏଫଏସ ସେବାର ଅଵସର ପ୍ରାପ୍ତ ଅଧିକାରୀ ଅମୀର ଚାନ୍ଦ ନାୟକଙ୍କ ନେତୃତ୍ୱରେ ପୂର୍ବତ୍ତନ ଓଏସ କରୁଣାକର ପ୍ରଧାନ, ଶରତ ଦିଗାଲ, ଲିଓ ନାୟକ, ଜିରିମୀୟ ପ୍ରଧାନ, ସମୀର ସୁନାମାଝି, ସୁରେଶ ବଳିଆରସିଂଙ୍କ ସମେତ ବହୁ ବିଜେପି ଓ ବିଜେଡି ଦଳର କର୍ମୀ କଂଗ୍ରେସର ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ କଂଗ୍ରେସରେ ସାମିଲ ହୋଇଥିଲେ I ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିଆଙ୍କ ପାଇଁ କିଂଗ୍ରେସ ଆଣିଥିବା ଆଇନ ସମ୍ପର୍କରେ ଉପସ୍ଥିତ ଥିବା କିଂଗ୍ରେସ କର୍ମୀଙ୍କୁ ଅବଗତ କରିଥିଲେ ଓଡିଶା ପ୍ରଭାରି ସାଂସଦ ଡଃ ଏ ଚେଲ୍ଲା କୁମାର I କଂଗ୍ରେସ ଶାସନ ସମୟରେ ଏହି ସବୁ ଆଇନକୁ ପାଳନ କରାଯାଇ ଥିଲା ବୋଲି ପ୍ରଭାରି କହି ଥିବା ବେଳେ ମୋଦି ଓ ନବୀନ ହଟାଓ ବୋଲି ବିଧାୟକ ତାରାପ୍ରସାଦ ବାହିନୀପତି ବକ୍ତବ୍ୟରେ କହିଥିଲେ I ଆଗାମୀ ଦିନରେ ପୁଣି କଂଗ୍ରେସକୁ ଫେରାଇ ଆଣିବା ପାଇଁ ବିଧାୟକ ରମେଶ ଜେନା ଉପସ୍ଥିତ କଂଗ୍ରେସ କର୍ମୀଙ୍କୁ କହିଥିଲେ I ଏହି ମିଶ୍ରଣ ପର୍ଵରେ ଜିଲ୍ଲାର ବିଭିନ୍ନ ବ୍ଳକରୁ ବହୁ କଂଗ୍ରେସ କର୍ମୀ ଯୋଗ ଦେଇ ଥିଲେ I କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ପାରମ୍ପାରିକ ବାଦ୍ୟ ଯନ୍ତ୍ର ଓ ନୃତ୍ୟରେ ମୁଖ୍ୟ ଅତିଥିଙ୍କୁ ସ୍ୱାଗତ କରାଯିବା ସହ ସର୍କିଟ ହାଉସରୁ ଏକ ବିଶାଳ ରାଲିରେ ସଭାସ୍ଥଳକୁ ନିଆ ଯାଇ ଥିଲା I ଆଗାମୀ ପଞ୍ଚାୟତ ଓ ସାଧାରଣ ନିର୍ବାଚନରେ କନ୍ଧମାଳ ଜିଲ୍ଲା ସମେତ ଓଡିଶାରେ କଂଗ୍ରେସ ଭଲ ପ୍ରଦର୍ଶନ କରିବା ବୋଲି ଓଡିଶା ପ୍ରଭାରୀ ଦୃଢ଼କ୍ତି ପ୍ରକାଶ କରିଛନ୍ତି I

Related news

Skip to toolbar