କନ୍ଧମାଳ ସନ୍ତାନ

Breaking News

ବସଷ୍ଟାଣ୍ଡ ସାହିରେ ଶିକ୍ଷୟତ୍ରୀଙ୍କ ଘରେ ଅଗ୍ନିକାଣ୍ଡ…

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ସ୍ଥିତ ବସଷ୍ଟାଣ୍ଡ ସାହିରେ ଆଜି ସନ୍ଧ୍ୟା ସମୟରେ ଏକ ଅଭାବନୀୟ ଘଟଣା ଘଟିଥିବା I ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ଶିକ୍ଷୟିତ୍ରୀ ନିରୁପମା ଜେନାଙ୍କ ଘର ଏବଂ ଘରର ବହୁ ମୂଲ୍ୟ ଆସବାବ ପତ୍ର I

ଘଟଣା ଅନୁସାରେ ଶିକ୍ଷୟିତ୍ରୀ ନିରୁପମା ଜେନା ସଂନ୍ଧ୍ୟା ଆଳତୀ ଦେଇ ଘର ବାହାରକୁ ଆସିଥିଲେ I ଏତିକି ବେଳେ ସଂନ୍ଧ୍ୟା ଆଳତୀ କୌଣସି କାରଣ ବଶତଃ ପାଖରେ ଥିବା ସୋଫା ଉପରେ ଓଲଟି ପଡ଼ି ଥିଲା I ଯାହାରୀ ଫଳରେ ସୋଫାରେ ନିଆଁ କୁହୁଳି ସମ୍ପୂର୍ଣ ଘରକୁ ଧୂଆଁ ମୟ କରିଦେଇଥିଲା I ଧୂଆଁ ପଦାକୁ ବାହାରିବାରୁ ସାହି ପଡିସା ଲୋକ ଘର ବାରିପଟୁ କବାଟ ଭାଙ୍ଗି ଘରେ ପସି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟାମ କରିଥିଲେ I ଖବର ପାଇ ଜି. ଉଦୟଗିରି ଦମକଳ ବାହିନୀ ମଧ୍ୟ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲା I

Related news

Skip to toolbar