କନ୍ଧମାଳ ସନ୍ତାନ

Breaking News

ବଡ଼ଦିନ ପର୍ବକୁ ଧୁମଧାମରେ ସ୍ୱାଗତ କଲେ ଘୁ.ଉଦୟଗିରିର ଖ୍ରୀଷ୍ଟ ଧର୍ମାବଲମ୍ବୀ…..

କନ୍ଧମାଳ ସନ୍ତାନ(ବ୍ୟୁର): ଡିସେମ୍ବର ମାସ ପହିଲାରୁ ବଡ଼ ଦିନକୁ ସ୍ୱାଗତ କରିଛନ୍ତି ଖ୍ରୀଷ୍ଟଧର୍ମୀବଲମ୍ବି I ସନ୍ଧ୍ୟା ସମୟରେ ଘୁ.ଉଦୟଗିରି ଅଞ୍ଚଳରେ ଥିବା ବିଭିନ୍ନ ଚର୍ଚ୍ଚକୁ ଯାଇ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଉଦେଶ୍ୟରେ କ୍ୟାଣ୍ଡେଲ ଜାଳି ପ୍ରାର୍ଥନା କରିଛନ୍ତି I ଆଜି କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ ନୁଆସାହି ବାପ୍ଟିଷ୍ଟ ଚର୍ଚ୍ଚ , ମାଲିକାପୋଡି ବାପ୍ଟିଷ୍ଟ ଚର୍ଚ୍ଚ, କନବାଗେରି ସିଏନଆଇ ଚର୍ଚ୍ଚରେ ବିଭିନ୍ନ ରକମର ସୁନ୍ଦର ଲିଚୁମାଳ ଏବଂ ତାରା ମାଳରେ ସଜେଇ ହୋଇଥିବା ଦେଖିବାକୁ ମିଳିଛି I ଏହି ଚର୍ଚ୍ଚମାନଙ୍କରେ ପାଳକଙ୍କ ଦ୍ୱାରା ପ୍ରଭୁ ଯୀଶୁଙ୍କ ଆଗାମୀ ଡିସେମ୍ବର ୨୫ ବଡ଼ ଦିନ ପାଳନ ନିମନ୍ତେ ବାର୍ତ୍ତା ଦେଉଥିବା ସୂଚନା I

କୋଭିଡ ନିମନ୍ତେ ବିଗତ ବର୍ଷ ବଡ଼ ଦିନ ସରକାରୀ କଟକଣାରେ ପାଳିତ ଥିଲା I କିନ୍ତୁ ଏହି ବର୍ଷ ପ୍ରଭୁ ଯୀଶୁ ସୁଯୋଗ ଏବଂ ଆଶୀର୍ବାଦ ଯୋଗୁଁ ନିରାଡ଼ମ୍ବର ଭାବେ କୋଭିଡ କଟକଣା ମଧ୍ୟ କୋଭିଡ ନିୟମାନୁସାରେ ପାଳନ କରାଯିବ ବୋଲି ସୂଚନା ଦେଇଛନ୍ତି ଚର୍ଚ୍ଚ କର୍ମକର୍ତ୍ତା I ଆଜି ଘୁ.ଉଦୟଗିରି ଅଞ୍ଚଳରେ ଥିବା ଚର୍ଚ୍ଚ ଗୁଡ଼ିକରେ ସନ୍ଧ୍ୟା ଉପାସନାର ଆୟୋଜନ କରାଯାଇଥିଲା I ଏହି ଉପସନରେ ବାଇବଲ ଧର୍ମ ଶାସ୍ତ୍ରରୁ ପ୍ରଭୁ ଯୀଶୁଙ୍କ ଜନ୍ମ ସମ୍ପର୍କରେ ଚର୍ଚ୍ଚର ପାଳକ ଉପସ୍ଥିତ ଥିବା ଭକ୍ତ ମାନଙ୍କୁ ପ୍ରଭୁ ଯୀଶୁଙ୍କ ବାଣୀ ପ୍ରଚାର କରିଥିଲେ I ଏହି ଅବସରରେ ଖ୍ରୀଷ୍ଟାଧର୍ମଵଲମ୍ବିଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କେକକୁ କାଟି ଅତି ଆନନ୍ଦ ଉଲହାସର ସହ ବଡ଼ ଦିନକୁ ସ୍ୱାଗତ କରାଯାଇଛି I

Related news

Skip to toolbar