କନ୍ଧମାଳ ସନ୍ତାନ

Breaking News

“ମୁକ୍ତା” ଯୋଜନାରେ ସାମିଲ ହେଲା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ, ସାମ୍ବାଦିକ ସମ୍ମିଳନୀରେ ଘୋଷଣା କଲେ ଘୁ.ଉଦୟଗିରି ବିଧାୟକ…..

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଠାରେ ଥିବା ହୋଟେଲ “ଦିଶା” ରେ ନଗର ସଭାପତି ଗୋପାଳ କୃଷ୍ଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ସାଲୁଗା ପ୍ରଧାନ ଉପସ୍ଥିତିରେ ଏକ ସାମ୍ବାଦିକ ସମିଳନୀ ଆୟୋଜିତ କରାଯାଇଛି I ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧିକାରୀଙ୍କ ସହ ଭି.ଡି.ଓ କନଫରେନ୍ସ ମାଧ୍ୟମରେ ୫ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ସହ ଘୁ.ଉଦୟଗିରି ବିଧାୟକ ଶ୍ରୀ ସାଲୁଗା ପ୍ରଧାନ ଏବଂ ନଗର ବିଜୁ ଜନତା ଦଳର କର୍ମୀମାନେ ଆଲୋଚନାରେ ଅଂଶ ଗ୍ରହଣ କରି ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଟ 1,25,00,000 /- ଟଙ୍କାର 31 ଟି ପ୍ରସ୍ତାବ ୫ଟି ସଚିବଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିଥିଲେ I ତା -18-11-2021 ରିଖ ଦିନ ପ୍ରସ୍ତାବକୁ ରାଜ୍ୟ ସରକାର ମଂଜୁର କରି 31 ପ୍ରକଳ୍ପ ର ବିକାଶ ବାବଦକୁ ଟ 2,18,11,000/- ଙ୍କା ଅନୁଦାନ ରାଶି ପ୍ରଦାନ କରିଅଛନ୍ତି I ଏହି ସବୁ ପ୍ରକଳ୍ପ ମଧ୍ୟରେ କ୍ଷୁଦ୍ର ଉଦ୍ୟାନ 2 ଟି, ପବ୍ଲିକ ଜିମ 4 ଟି, ଶିଶୁ କ୍ରୀଡ଼ା ଉଦ୍ୟାନ 3 ଟି, ଚାଲିବା ରାସ୍ତା 5 ଟି, ଶୌଚାଳୟ 2 ଟି, ରାସ୍ତା ଏବଂ ଡ୍ରେନ 11 ଟି, ରାସ୍ତା 4ଟି ଏଗୁଡ଼ିକର ବିକାଶ ଯୋଜନା ରହିଛି I ରାଜ୍ୟ ସରକାର ଏହି ସବୁ ଯୋଜନାକୁ ଅନୁମୋଦନ ଦେଇଥିବାରୁ ଆଜି ବିଜେଡି।ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ୫ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଘୁ.ଉଦୟଗିରି ନଗର ବିଜୁ ଜନତା ଦଳ ତରଫରୁ ଆନ୍ତରିକ ଧନ୍ୟବାଦ ଦେବା ସହ କୃତଂଜ୍ଞତା ଜ୍ଞାପନ କରାଯାଇଛି I ଉକ୍ତ ସାମ୍ବାଦିକ ସମିଳନୀରେ ବିଧାୟକ ସାଲୁଗା ପ୍ରଧାନଙ୍କ ସହ ନଗର ସଭାପତି ଗୋପାଳ କୃଷ୍ଣ ମହାପାତ୍ର, ସଭାନେତ୍ରୀ ଭାନୁପ୍ରଭା ମିଶ୍ର, ବ୍ଲକ ସଭାପତି ଲିଙ୍ଗରାଜ କହଁର, ବ୍ଲକ ଅଧ୍ୟକ୍ଷ ହୃଦାନନ୍ଦ ପ୍ରଧାନ, ସାଂସଦ ପ୍ରତିନିଧି ସାମନ୍ତ ଦିଗାଳ, ଜିଲ୍ଲା ସମ୍ପାଦକ କାଳୁଚରଣ ପଣ୍ଡା, ଅଶ୍ୱିନୀ ନାୟକଙ୍କ ସହ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଓ ମହିଳା ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I ଏହି ସମୟରେ ଘୁ. ଉଦୟଗିରି ନୂତନ ବସ ଷ୍ଟାଣ୍ଡ କାର୍ଯ୍ୟକ୍ଷମ, ଘୁ.ଉଦୟଗିରି ଠାରୁ ବିଭନ୍ନ ମୁଖ୍ୟ ସହରକୁ ସରକାରୀ ବସ ଚଳାଚଳ, ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମର ନିର୍ମାଣ କାମ ଶେଷ ଓ କାର୍ଯ୍ୟକ୍ଷମ।ନେଇ ଗଣମାଧ୍ୟମ ପ୍ରତିନିଧି ସ୍ଥାନୀୟ ବିଧାୟକଙ୍କୁ ପଚାରି ଥିଲେ I ଘୁ.ଉଦୟଗିରି ବାସୀଙ୍କ ତରଫରୁ ବିଭିନ୍ନ ସହରକୁ ବସ ଚଳାଚଳ ପାଇଁ ବର୍ଷ ବର୍ଷ ଧରି ଦାବୀ ହୋଇ ଆସୁଅଛି I ହେଲେ ସ୍ଥାନୀୟ ବାସିଙ୍କ ତରଫରୁ ଏହି ଦାବୀ ସମ୍ପର୍କରେ ସ୍ଥାନୀୟ ବିଧାୟକଙ୍କ କୌଣସି ଦାବୀ ପତ୍ର ହସ୍ତଗତ ହୋଇନ ଥିବା ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ କହିଛନ୍ତି I ଯଥା ସମ୍ଭବ ଘୁ.ଉଦୟଗିରିରେ ଥିବା ସମସ୍ତ ସମସ୍ୟାର ସମାଧାନ ହେବ ବୋଲି ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି I

Related news

Skip to toolbar