କନ୍ଧମାଳ ସନ୍ତାନ

Breaking News

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୬ ତମ ଜନ୍ମଜୟନ୍ତୀ ପାଳନ ଅବସରେ ଦୀର୍ଘାୟୁ କାମନା କଲେ ବାଲିଗୁଡ଼ା ନଗର ବିଜେଡିର ସଦସ୍ୟ….

କନ୍ଧମାଳ ସନ୍ତାନ(ବ୍ୟୁର): ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୬ ତମ ଜନ୍ମଜୟନ୍ତୀ ପାଳନ ଅଵସରରେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ବାଲିଗୁଡା ନଗର ବିଜୁ ଜନତା ଦଳ ପକ୍ଷରୁ ବାଲିଗୁଡା ସ୍ଥିତ ଗାୟତ୍ରୀ ମନ୍ଦିରରେ ସମୂହ ଦୀପଦାନ କରାଯାଇଛି I ବାଲିଗୁଡା ବିଜେଡି ନଗର ସଭାପତି ଶେଖ ସାଦିକଙ୍କ ନେତୃତ୍ୱରେ ବହୁ ବିଜେଡି କର୍ମୀ ବରିଷ୍ଠ ନାଗରିକ ଉପସ୍ଥିତରେ ମାଁ ଗାୟତ୍ରୀ ଦେବୀଙ୍କ ନିକଟରେ ପ୍ରାର୍ଥନା କରିବା ସହିତ ସମୂହ ଦୀପ ପ୍ରଜ୍ଜଳନ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି ଜୟହରି ମହାନ୍ତି, ସାଧାରଣ ସମ୍ପାଦକ ନବ କୁମାର ପାଣିଗ୍ରାହୀ, ସମ୍ପାଦକ ପ୍ରଶାନ୍ତ କୁମାର ସାହୁ, ଅବନୀ କୁମାର ପଟ୍ଟନାୟକ, ଅନିଲ କୁମାର ଲେଙ୍କା, ପଞ୍ଚାନନ ସାହୁ, ଭଗବାନ ପଣ୍ଡା ସାମସେର ଆଜମ ରିଜଭି, ଆଶୁତୋଷ ମହାରଣା, ଆଇନଜୀବି ସୁଧାଂଶୁ ମୋହନ ପତି, ଶେଖ ଅମନ ଅଭତାବ ଓ ସମସ୍ତ ବିଜୁ ଯୁବକର୍ମୀ ଉପସ୍ଥିତ ଥିଲେ I

Related news

Skip to toolbar