କନ୍ଧମାଳ ସନ୍ତାନ

Breaking News

ମହିଳାଙ୍କ ଝୁଲନ୍ତା ମୃତ ଦେହ ଜବତ, ରହସ୍ୟ ଘେରରେ ମୃତ୍ୟର କାରଣ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଥାନା ଗ୍ରେସିଙ୍ଗିଆ ଗ୍ରାମ ପଞ୍ଚାୟତର ବାଉଡି ଗ୍ରାମରେ ଜଣେ ମହିଳା ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି I ମହିଳା ଜଣକ ହେଲେ ମଦନ ମଲ୍ଲୀକଙ୍କ ସ୍ତ୍ରୀ ରିତିକା ସାହୁ I
ଘଟଣା ଅନୁସାରେ ଗତ ୧୫/୧୦/୨୦୨୧ ତାରିଖରେ ମଦନ ମଲ୍ଲୀକ କାମକୁ ଯାଇ ଥିଲେ I ଘରେ ମୃତ ମହିଳା ଜଣକ ଦୁଇ ଝିଅଙ୍କ ସହ ଥିଲେ I ମୃତ ମହିଳାଙ୍କ ସ୍ୱାମୀ ଅପରାହ୍ନ ସମୟରେ ଘରକୁ ଫେରି କବାଟ ବନ୍ଦ ହୋଇ ଥିବା ଦେଖିବାକୁ ପାଇ ଥିଲେ I ମଦନ ମଲ୍ଲୀକ କବାଟ ଭାଙ୍ଗି ଘର ଭିତରେ ପଶିବା ପରେ ପୂଜା ଘରେ ମହିଳାଙ୍କ ଝୁଲନ୍ତା ମୃତ ଦେହ ଦେଖିବାକୁ ପାଇ ଥିଲେ I ଘଟଣା ସମ୍ପର୍କରେ ମୃତ ମହିଳାଙ୍କ ସ୍ୱାମୀ ଶ୍ୱଶୁର ଘର ଏବଂ ପୁଲିସକୁ ଜଣାଇ ଥିଲେ I ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିଥିଲା I ଏହା ସହ ମୃତ ଦେହ ପାଖରେ ଥିବା ପ୍ଲାଷ୍ଟିକ ଛୋଟ ଟେବୁଲ ଓ ଚୁନିରି ମଧ୍ୟ ଜବତ କରିଥିଲା I ଏନେଇ ଘୁ.ଉଦୟଗିରି ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ସଂଖ୍ୟା ୧୪/୨୦୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିବା ପାଇଁ ପଠେଇ ଥିବା ଘଟଣାର ତଦନ୍ତ ଅଧିକାରୀ ବି.ଦଣ୍ଡିଆ ସୂଚନା ଦେଇଛନ୍ତି I ଆଜି ପୂର୍ବାହ୍ନରେ ପୋଲିସ ଘଟଣା ସ୍ଥଳରେ ପହଂଚି ଝୁଲନ୍ତା ଶବ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠେଇଛନ୍ତି I ମୃତ ମହିଳାଙ୍କ ବାପା ମୃତ ସମ୍ପର୍କରେ କୌଣସି ଅଭିଯୋଗ ହୋଇନଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି I ମୃତ ମହିଳା ଜଣକ କାହିଁକି ଏଭଳି ପଦକ୍ଷେପ ନେଲେ ତାହାର କାରଣ ଅସ୍ପଷ୍ଟ ରହିଛି I

Related news

Skip to toolbar