କନ୍ଧମାଳ ସନ୍ତାନ

Breaking News

ଟାୱାର ଥିଲେ ମଧ୍ୟ ମୋବାଇଲ ସେବା ପାଇବାରୁ ବଞ୍ଚିତ ରଟିଙ୍ଗିଆ ଗ୍ରାମପଞ୍ଚାୟର ବାସୀନ୍ଧା…

କନ୍ଧମାଳ ସନ୍ତାନ(ବ୍ୟୁର): ମୋବାଇଲ ଟାୱାର ଅଛି I ମୋବାଇଲ ସେବା ଯୋଗାଇବା ନିମନ୍ତେ ସମସ୍ତ ଯନ୍ତ୍ରପାତି ଅଛି I ହେଲେ ମୋବାଇଲ ସେବା ପାଇବାରୁ ବଞ୍ଚିତ ରଟିଙ୍ଗିଆ ଏବଂ ଗ୍ରେସିଙ୍ଗିଆ ଗ୍ରାମପଞ୍ଚାୟତ ବାସୀ I ଆଜିବି ଡିଜିଟାଲ ସେବା ପାଇବାରୁ ବଞ୍ଚିତ କନ୍ଧମାଳ ଜିଲ୍ଲାର ଅନେକ ଗ୍ରାମ I ଯାହା ପାଇଁ ଅନଲାଇନ ମାଧ୍ୟମରେ ଶିକ୍ଷା ଲାଭ କରିବାରୁ ବଞ୍ଚିତ ଅନେକ ଛାତ୍ରଛାତ୍ରୀ I କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ଓ ଗ୍ରେସିଙ୍ଗିଆ ଗ୍ରାମପଞ୍ଚାୟତ I ଏହି ଦୁଇଟି ଗ୍ରାମ ପଞ୍ଚାୟତକୁ ମୋବାଇଲ ସେବା ଯୋଗାଇବା ପାଇଁ ରଟିଙ୍ଗିଆ ଠାରେ ବିଏସଏନଏଲ ପକ୍ଷରୁ ଏକ ଟାୱାର କରାଯାଇଛି I ସରକାରଙ୍କ ପକ୍ଷରୁ ଜେନେରେଟର ସହ ଅନ୍ୟ ଯନ୍ତ୍ରପାତି ମଧ୍ୟ ଲଗା ଯାଇଛି I ଅତି ପରିତାପର ବିଷୟ ବିଦ୍ୟୁତ କାଟା ହେଲେ ମୋବାଇଲ ସେବା ବନ୍ଦ ହେଉଛି I

ଟାୱାର ବସିବାର କିଛି ଦିନ ମୋବାଇଲ ସେବା ଠିକଠାକ ମିଳିଲା I ଦୀର୍ଘ ଦିନ ହେବ ମୋବାଇଲ ସେବାରେ ବହୁତ ବିଭ୍ରାଟ ହେଉ ଥିବା ରଟିଙ୍ଗିଆ ଗ୍ରାମ ପଂଚାୟତର ସଚେତନ ନାଗରିକ ସଦାନନ୍ଦ ନାୟକ ମତବ୍ୟକ୍ତ କରିଛନ୍ତି I ଏହି ସମସ୍ୟାକୁ ନେଇ ଅଞ୍ଚଳବାସୀ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇ ଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନ ଥିବା ଅଞ୍ଚବାସୀ ପ୍ରକାଶ କରିଛନ୍ତି I ବିଭାଗୀୟ ସରକାରୀ କର୍ମଚାରୀଙ୍କ ଖାମଖିଆଲି କାର୍ଯ୍ୟ ଯୋଗୁଁ ରଟିଙ୍ଗିଆ ଗ୍ରାମ ପଞ୍ଚାୟତର ୧୪ଟି ୱାର୍ଡ ଓ ଗ୍ରେସିଙ୍ଗିଆ ଗ୍ରାମପଞ୍ଚାୟତର ୮ଟି ୱାର୍ଡର ଯଥା ରଟିଙ୍ଗିଆ, ଧାଙ୍ଗାଡ଼ାମ୍ବା, ପଡ଼ିକିଆ, ସାରଙ୍ଗଧରପୁର, କଲିନାଯୁ, ଆରପଡ଼ିକିଆ, ତୁମୁସିଙ୍ଗିଆ, ସରସିନିଙ୍ଗିଆ, ଡଡାପାଡା, ଜେ.ପଡ଼ିକିଆ, ଝିମାଙ୍ଗିଆ, ଡକେଡି, ମଗରଗୁଡ଼ା, କିରାମାହା, ଲିମାପାଙ୍ଗା, ବାକିକାମ୍ବା, ଡମେଙ୍ଗି, ବାଉଡି, ପାଙ୍ଗାନାଜୁ ଇତ୍ୟାଦି ଅଞ୍ଚଳର ଜନସାଧାରଣ ଓ ଛାତ୍ରଛାତ୍ରୀ ମୋବାଇଲ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି I ମୋବାଇଲ ସେବା ଦିନ ଦିନ ଧରି ବନ୍ଦ ହେଉ ଥିବାରୁ ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷା ପାଇବା କ୍ଷେତ୍ର ବହୁତ ପ୍ରଭାବିତ ହେଉଥିବା ଅଞ୍ଚବାସୀ କହିଛନ୍ତି I ତେଣୁ ଏହି ସମସ୍ୟାକୁ ଯଥା ସମ୍ଭବ ସମାଧାନ ପାଇଁ ଅଞ୍ଚଳର ବାସୀନ୍ଧା ସଦାନନ୍ଦ ନାୟକ, ବକ୍ସି ପ୍ରଧାନ, କର୍ନେଲ ନାୟକ, ସିକନ୍ଦର ନାୟକ ଓ ସୌରଭ ପ୍ରଧାନ ପ୍ରମୁଖ ଦାବୀ କରିଛନ୍ତି I

Related news

Skip to toolbar