କନ୍ଧମାଳ ସନ୍ତାନ

Breaking News

ଆମର ଗୁହାରି ଶୁଣ ହେ ସରକାର, ରାସ୍ତା ତିଆରି ପାଇଁ ନିଵେଦନ କଲେ ମାଲାଙ୍ଗ ସୁଗା ଗ୍ରାମବାସୀ…..

କନ୍ଧମାଳ ସନ୍ତାନ(ବ୍ୟୁର): ନିର୍ବାଚନ ପରେ ନିର୍ବାଚନ ହେଉଛି I ପ୍ରତି ପାଞ୍ଚ ବର୍ଷ ବ୍ୟବଧାନରେ ନୂତନ ଜନପ୍ରତିନିଧି ନିର୍ବାଚିତ ହେଉଛନ୍ତି I ଆମେ ମତଦାନ ପରେ ମତଦାନ କରିଚାଲିଛୁ କିନ୍ତୁ ଆମ ସମସ୍ୟା ଆଜିବି ସମାଧାନ ହୋଇ ପାରୁ ନାହିଁ I ସରପଞ୍ଚଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସାହି ରାସ୍ତା ନିର୍ମାଣ ପାଇଁ ବହୁବାର ଗୁହାରି କଲୁ I କିନ୍ତୁ ଆମର ଗୁହାରି କେହି ମଧ୍ୟ ଶୁଣୁ ନାହାନ୍ତି ବୋଲି ମାଲାଙ୍ଗ ସୁଗା ଗ୍ରାମବାସୀ ଅଭିଯୋଗ କରିଛନ୍ତି I ଆମର ଗୁହାରି ଶୁଣ ହେ ସରକାର ବୋଲି ନିବେଦନ କରିଛନ୍ତି ମାଲାଙ୍ଗ ସୁଗା ଗ୍ରାମବାସୀ I
କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ କଳିଙ୍ଗିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୯ ନମ୍ବର ୱାର୍ଡର ମାଦି ନାଜୁ I ଏହି ସାହିରେ ପ୍ରାୟ ୨୦ରୁ ଉର୍ଦ୍ଧ୍ବ ପରିବାର ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଜନସାଧାରଣ ବସବାସ କରନ୍ତି I ହେଲେ ଅତି ଦୁଃଖର କଥା ଏହି ସାହି ବାସୀନ୍ଧାଙ୍କ ଗମନାଗମନ କରିବା ପାଇଁ ସାହି ମଝିର ରାସ୍ତା ତିଆରି ହୋଇନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି I ଯାହା ପାଇଁ ଅଞ୍ଚଳ ବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉ ଥିବା ପ୍ରକାଶ କରିଛନ୍ତି I ରାସ୍ତା ତିଆରି ହୋଇନ ଥିବା ଯୋଗୁଁ ଗ୍ରାମବାସୀ ଜରୁରୀ ସେବା ପାଇବାରେ ସମସ୍ୟା ହେଉଥିବା ଗ୍ରାମର ବାସୀନ୍ଧା ଜୟଚନ୍ଦ୍ର ପ୍ରଧାନ କହିଛନ୍ତି I ଏହି ରାସ୍ତା ତିଆରୀ ପାଇଁ ଗ୍ରାମ ବାସୀ ନିର୍ବାଚିତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନକୁ ବାରମ୍ବାର ଜଣାଇ ଥିଲେ ମଧ୍ୟ କୌଣସି ପ୍ରକାର ସାହାଯ୍ୟ ମିଳୁନ ଥିବା ଗ୍ରାମର ମହିଳା ଅନ୍ତିମା ପ୍ରଧାନ ପ୍ରକାଶ କରିଛନ୍ତି I ଯଦି ପ୍ରଶାସନ ଯଥା ଶୀଘ୍ର ଏହି ସାହି ରାସ୍ତା ତିଆରି ନ କରନ୍ତି ତାହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଜୟଚନ୍ଦ୍ର ପ୍ରଧାନ, ଜହାଲାଲ ପ୍ରଧାନ, ସୁରେଶନ ପ୍ରଧାନ, ନୀଳମଣି ପ୍ରଧାନ, ସୁଶାନ୍ତ ପ୍ରଧାନ, ସଞ୍ଜିତ ପ୍ରଧାନ, ରାନୁମା ପ୍ରଧାନ, ରୀନା ପ୍ରଧାନ, ସ୍ୱପ୍ନାରାଣୀ ପ୍ରଧାନ, ଅନ୍ତିମା ପ୍ରଧାନ, ବନିତା ପ୍ରଧାନ ଓ ସୌଦାମିନୀ ପ୍ରଧାନ ପ୍ରମୁଖ ଚେତାବନୀ ଦେଇ ଛନ୍ତି I

Related news

Skip to toolbar